ads

Breaking News

ଦୁଇଟି ରାସ୍ତାର ଶିଳାନ୍ୟାସ କଲେ ସତ୍ୟବାଦୀ ବିଧାୟକ

 


ସାକ୍ଷୀଗୋପାଳ ----  ୩୧୬ନଂଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ  ବୀରଗୋବିନ୍ଦପୁର ଛକ ଠାରୁ ମା ଦକ୍ଷୀଣକାଳୀ ମନ୍ଦିର ପର୍ଯ୍ୟନ୍ତ ଗ୍ରାମ ଦାଣ୍ଡ ରାସ୍ତାର ନବୀକରଣ ସହିତ ସଂପ୍ରସାରଣ କରାଯିବା ପାଇଁ  ବିଧାୟକ ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତାରେ  ମା ଦକ୍ଷିଣକାଳୀଙ୍କ ପୀଠକୁ ବିଭିନ୍ନ ରାଜ୍ୟରୁ ଭକ୍ତ ମାନଙ୍କର ଗହଳି ଲାଗିଥାଏ । ଏହି ରାସ୍ତାଟି ବୀରଗୋବିନ୍ଦପୁର ଶାସନ ଗ୍ରାମ ଦେଇ ଯାଇଛି । ଯାହାର ଲମ୍ବା ପ୍ରାୟ ସାତଶହ ମିଟର ହେବ । ଏହି ରାସ୍ତା ପାଇଁ ରାଜ୍ୟ ସରକାର୭୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଏହି ରାସ୍ତାରେ ପ୍ଳେବର ବ୍ଳକ ( ଇଟା)ରେ ତିଆରି କରାଯିବ । କାମ ନେଇଥିବା ଏଜେନ୍ସି ସଂଜୀବ ପୂଜାରୀ । ଏହି କାମ ତିନି ମାସରେ ସରିବ ବୋଲି ଆରଡି ବିଭାଗର ଜେଇ ମୁକ୍ତିକାନ୍ତ ପାଲ କହିଛନ୍ତି ।  ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଆରଡି ବିଭାଗର ଏସଡିଓ କାମେଶ୍ୱର ବେହେରାଙ୍କ ସହିତ ବୀରଗୋବିନ୍ଦପୁରଗ୍ରାମ କୋଠର ସଭାପତି, ସମ୍ପାଦକଙ୍କ ସହିତ ଅନ୍ୟ ସଦସ୍ୟ ,ଗ୍ରାମର ମୁରବୀ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ସେହିପରି ଉକ୍ତ ରାସ୍ତାକୁ ଗ୍ରାମ ଆରମ୍ଭରୁ ଥିବା ବାଇପାସ ରାସ୍ତାରମଧ୍ୟ ଉନ୍ନତୀକରଣ କରାଯିବ । ସେଥିପାଇଁ ୧ କୋଟି ୬ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏହି କାମଛଅମାସ ମଧ୍ୟ ସରିବ, ରାସ୍ତାଟି ପ୍ରାୟ ୬ମିଟର ଚଉଡା କରାଯିବ ବୋଲି ବିଭଗୀୟ ଜେଇ ଶ୍ରୀ ପାଲଙ୍କ ଠାରୁ ସୁଚନା ମିଳିଛି । ଏହି ରାସ୍ତା ପାଇଁ ଅତିଥି ମାନଙ୍କ ଦ୍ୱରା ନଡିଆ ବାଡେଇ ଶିଳାନ୍ୟାସ କରିଥିଲେ ବିଧାୟକଓ ବ୍ଳକ ଅଧ୍ୟକ୍ଷଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ   ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୭/୨୦୨୩---୮,୧୦   Sakhigopal News, 6/7/2023

ads

Blog Archive

Popular Posts