୭୪ତମ ବନମହୋତ୍ସବ ପାଳିତ
ଭଞ୍ଜନଗର, ---ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ବନାଞ୍ଚଳ ଅଧିନ ରମ୍ଭା ସେକ୍ସନ୍ ର ଖୁରୁଡୁଗୋଛ ବନ ସୁରକ୍ଷା ସମିତିରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ବିକ୍ରମ ବାଘ୍, ସମ୍ପାଦକ ବୁଲୁ ନାୟକ, ସ୍ଵାତି ର ମୁଜ ଗଡ ବାନାଞ୍ଚଳ ଟିମ୍ ଲିଡର ଭଗବାନ ସାହୁ, ସଂଯୋଜକ ମଧୁସୂଦନ ସ୍ୱାଇଁ , ସୁନୀଲ କୁମାର ପଣ୍ଡା, ଆନି ମେଟର ସାରଥୀ ମଲିକ , ସ୍କୁଲ ଶିକ୍ଷକ, ଅଙ୍ଗନବାଡ଼ି ଦିଦି ଏବଂ ଛୋଟ ଛୋଟ କୁନି ସ୍କୁଲ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଗଛଟିଏ ଲଗାଇବା ଦ୍ବାରା କଣ ଉପକାରିତା ଅପକାରିତା ଉପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ବୁଝାଇଥିଲେ । ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୭/୨୦୨୩----୮,୧୦ Sakhigopal News ,5/7/2023



