ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ଜନ ସଂପର୍କ ଯାତ୍ରା ଅନୁଷ୍ଠିତ
ଭଞ୍ଜନଗର----- ଏବେ ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ଜନ ସଂପର୍କ ସୃଷ୍ଟି ଉଦ୍ଦେଶ୍ୟରେ ଜନ ସଂପର୍କ ରଥ ପରିକ୍ରମା ଆରମ୍ଭ କରାଯାଇଛି। କେନ୍ଦ୍ରର ମୋଦୀ ସରକାରଙ୍କ ୯ ବର୍ଷର ସଫଳ ଯାତ୍ରା ଓ ବିଭିନ୍ନ ଜନ କଲ୍ୟାଣ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ସାଧାରଣ ଲୋକଙ୍କୁ ବିଜେପି ଆଡ଼କୁ ଆକର୍ଷିତ କରିବାକୁ ଦଳ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ବ୍ଲକ ର ବିଭିନ୍ନ ଗ୍ରାମକୁ କିଭଳି ସଫଳତାର ସହ ଏହି ରଥ ପରିକ୍ରମା କରିପାରିବ ସେ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଜାମପଲ୍ଲୀ ରାମଚଣ୍ଡୀ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ବିଜେପି ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର (ଗତି) ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମୁଖପାତ୍ର ଲକ୍ଷ୍ମଣ ପଣ୍ଡା, ରାଜ୍ୟ ସୋସିଆଲ ମିଡ଼ିଆ ସଦସ୍ୟ ଜଗନ୍ନାଥ ମହାପାତ୍ର, ଜିଲ୍ଲା ଉପସଭାପତି ସନ୍ତୋଷ ତିଆଡି, ନଗର ବିଜେପି ସଭାପତି ଶିବ ପ୍ରସାଦ ମହାପାତ୍ର ଓ ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ମାନସ ଜେନା ପ୍ରମୁଖ ଉପସ୍ଥିତ କର୍ମୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ରାଜ୍ୟ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ତେଣୁ ବିଜେପିକୁ କ୍ଷମତା କୁ ଆଣି ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଚଳାଇବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସାରା ବିଶ୍ବର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଭାରତରେ ଆଗାମୀ ସାଧାରଣ ନିର୍ବାଚନରେ ପୁଣିଥରେ ୩ୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିବ। ଏଥିରେ ସନ୍ଦେହ ନାହିଁ। ତେଣୁ ରାଜ୍ୟର ଦୃତ ବିକାଶ ଦୃଷ୍ଟିରୁ ବିଜେପି କୁ କ୍ଷମତା କୁ ଆଣିବା ନିହାତି ଜରୁରୀ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ନେତାମାନେ ମଧ୍ୟ ଶାସକ ବିଜେଡି ବିରୁଦ୍ଧରେ ବିଷୋଦଗାର କରିଥିଲେ। ଶେଷରେ ରବିନ୍ଦ୍ର କୁମାର ଗୈାଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୭/୨୦୨୩-----୧୦,୩୫ Sakhigopal News,7/7/2023
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୭/୨୦୨୩-----୧୦,୩୫ Sakhigopal News,7/7/2023




