ads

Breaking News

ବିଦ୍ୟାଳୟରେ ନିଶାନିବାରଣ ସଚେତନତା ଶିବିର



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ନୋଡାଲ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ  ଦୁଇ ବିଦ୍ୟାଳୟ ପରିସରରେ  ନିଶାନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ନିଶା ନିବାରଣ ଅଭିଯାନର ଉଦ୍ଦ୍ୟେଶ ଓ  ସମାଜ ଉପରେ ନିଶାର କୁପ୍ରଭାବ ଉପରେ ମନ୍ତବ୍ୟ ରଖିଥଲେ । ବିଜ୍ଞାନ ଶିକ୍ଷକ କାମଦେବ ପ୍ରଧାନ ନିଶାର କୁ ପ୍ରଭାବ ବିଜ୍ଞାନ ଦୃଷ୍ଟି କୋଣରୁ କେତେ ଭୟଙ୍କର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ସ୍ୱାମୀ ଜୟଦେବ ଭାରତୀ କହିଥିଷଲ ଯେ ନିଶା ଠାରୁ ସମସ୍ତେ ଦୂରେଇ ରହିଲେ ଆଜିର ଦିନରେ ନିରୋଗ ରହି ପାରିବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟନାରୟଣ ମିଶ୍ର, ନବଘନ ଶତପଥି, ମନୋରଞ୍ଜନ ମିଶ୍ର, ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାମନ୍ତରାୟ,  ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା, ଶିକ୍ଷୟତ୍ରୀ ହରପିୟା କର, ସନ୍ତୋଷ ଚନ୍ଦ୍ର ମିଶ୍ର ପ୍ରମୁଖ  ଯୋଗଦେଇ ନିଶା ଠାରୁ ଯୁବପୀଡି କିପରି ମୁକ୍ତ ରହିବେ ତାହା ଉପରେ ଆଲେଚନା କରିଥିଲେ । ଏହି ସଚେତନତା ଶିବିରରେ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଶିବିରକୁ ସଂଯୋଜନା କରିଥିଲେ ଶିକ୍ଷକ ଦିବ୍ୟ ରଞ୍ଜନ ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ ବିଜୟ ଲକ୍ଷ୍ମୀ  ମିଶ୍ର । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୭/୨୦୨୩---୮,୧୦  Sakhigopal News, 8/7/2023

ads

Blog Archive