ମହୁମାଛି ଆକ୍ରମଣରେ ଛଅ ଜଣ ଛାତ୍ରଛାତ୍ରୀ ଆହତ
କଟକ ---- କଟକ ଜିଲ୍ଲାର ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଶୁଆ ରେ ପ୍ରତିଦିନ ପରି ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବାରଣ୍ଡାରେ ବସିଥିଲେ ଛାତ୍ରଛାତ୍ରୀ। ହଠାତ ମହୁମାଛି ମାନେ ଆକ୍ରମଣ ଛାତ୍ରଛାତ୍ରୀ ମାନଙ୍କୁ କରିଥିଲେ । ବିଦ୍ୟାଳୟ ପରିସରରେ ମହୁମାଛି ବସାବାନ୍ଧି ରହିଥିବା ଆମ୍ବଗଛ ଡାଳରେ ମାଙ୍କଡ଼ ଡିଆଁଡେ଼ଇଁ କରିବାରୁ ମହୁମାଛି ମାନେ ହଠାତ ଛାତ୍ରଛାତ୍ରୀ ମାନଙ୍କୁ ଆକ୍ରମଣ କରିଥିଲେ । ୬ ଜଣ ଛାତ୍ରଛାତ୍ରୀ ଆହାତ ହେବାରୁ ସଙ୍ଗେସଙ୍ଗେ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେଇ , ବରିଷ୍ଠ ଶିକ୍ଷକ ବଳରାମ ପାଇକରାୟ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଶେଷଦେବ ରାଉତ ସ୍ଥାନୀୟ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପିଲାମାନଙ୍କୁ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଅବିଭାବକ ମାନଙ୍କ ସାଙ୍ଗରେ ଘରକୁ ଛଡାଯାଇଥିଲା । ବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଣୀ ଗୃହ ଭିତରେ କବାଟ ବନ୍ଦ କରି ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଦିଆଯାଇ ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ ଘରକୁ ଛଡା ଯାଇଥିଲା । ସୂଚନାରୁ ପ୍ରକାଶ ବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷ ସ୍ଥାନୀୟ ବନ ବିଭାଗର ଅଧିକାରୀଙ୍କୁ ମହୁମାଛି ବସା ଭାଙ୍ଗି ବା ଯଥାଶୀଘ୍ର ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୭/୭/୨୦୨୩----୧୦,୧୫ Sakhigopal News,7/7/2023



