ସତ୍ୟବାଦୀ ବ୍ଳକର ପଞ୍ଚମ ସମିତି ବୈଠକରେ ଷ୍ଟାଣ୍ଡି କମିଟିକୁ ନେଇ ହେ ହଲ୍ଲାରେ ଶେଷ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ଯେ ବୀରରାମଚନ୍ଦ୍ରପୁର ସରପଞ୍ଚ ଙ୍କ ଅକାଳ ବିୟୋଗ ଓ ଅଳଗୁମ ଗ୍ରାମ ପଞ୍ଚାୟତର ଜଣେ ଜବାନ ସହୀଦ ଦେବାଶିଷଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଡିଓ ଲୋଚନ କୁମାର ଦାସ ବୈଠକରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସଭାପତିତ୍ୱ କରିବା ପାଇଁ କହିଥିଲେ । ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ ଜିପିଓ ସୌଭାଗ୍ୟ ରଞ୍ଜନ କର ପୂର୍ବ ବୈଠକର ବିବରଣି ପାଠ କରିବା ମାତ୍ରେ ଏହାକୁ ନେଇ ଜୟପୁର ସମିତିସଭ୍ୟ ଦୀପକ ଶତପଥି, ପରଜାପଡା ପଞ୍ଚାୟତର ସମିତିସଭ୍ୟ ରାମଚନ୍ଦ୍ର ମହାନ୍ତି, ମହୁରା ସମିତିସଭ୍ୟ ପ୍ରେମାନନ୍ଦ ବେହେରା , ବଳରାମପୁରଗଡ ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ବିବରଣୀ କୁ ବିରୋଧ କରିଥିଲେ । ଏପରିକି କିଛି ସମୟ ପାଇଁ କଥା କଟାକଟି ହୋଇଥିଲା । ପଞ୍ଚାୟତ ସମିତିର ଷ୍ଟାଣ୍ଡି କମିଟି ସଦସ୍ୟ ମାନଙ୍କ ନାମ ଘୋଷଣା କରାଯିବା ମାତ୍ରେ ଏହାକୁ ନେଇ ସେହି ସଦସ୍ୟ ମାନେ ଏହାକୁ ଘୋର ବିରୋଧ କରିଥିଲେ । ଏପରିକି ସେମାନଙ୍କୁ ନ ଡକାଯାଇ ମନଇଛା କମିଟି ଗଠନ କରାଯାଇଛି ବୋଲି ସଦସ୍ୟ ମାନେ ହେ ହଲ୍ଲା କରିଥିଲେ । ମାତ୍ର ଏହାକୁ ନେଇ ହୀନ ରାଜନୀତି କରାଯାଉଛି ବୋଲି ଶୁକଳ ସମିତିସଭ୍ୟ ବସନ୍ତ ବିଶ୍ୱାଳଙ୍କସହିତ ମୂଳଅଳସା ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ ପ୍ରମୁଖ ଏହା ଠିକ ଭାବେ କରାଯାଇଛି ବୋଲି କହିଥିଲେ । ଏପରିକି ମହୁରା ସମିତିସଭ୍ୟ ପ୍ରେମାନନ୍ଦ ବେହେରାଙ୍କୁ ଶୁକଳ ସମିତିସଭ୍ୟ କହିଥିଷଲ ତମ ପରାମଶ୍ୱ କ୍ରମେ ଏହି ଷ୍ଟାଣ୍ଡି କମିଟି ଗଠନ କରାଯାଇଛି । ଏବେ ତମେ ଏହାକୁ ବିରୋଧ କରି ବୈଠକରେ ଏକ ନାଟକ କରୁଛ ବୋଲି ପ୍ରଶ୍ନ କରିଥିଷଲ । ଶେଷରେ ବିଧାୟକ ଶ୍ରୀ ସାମନ୍ତରାୟ ହସ୍ତକ୍ଷେପ କରି ଏହି କମିଟି ଆଉଥିରେ ଗଡାଯିବ ବୋଲି କହିବା ପରେ ଗୃହ ଶାନ୍ତ ପଡିଥିଲା । ସେହିପରି ୩୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର କହିଥିଲେ ଯେ କୃଷି ବିଭାଗ ପକ୍ଷରୁ କେତକୀପାଟଣା ଓ ଗବକୁଣ୍ଡ ପଞ୍ଚାୟତ ସହିତ ଅନେକ ପଞ୍ଚାୟତରେ ରବିରେ ମୁଗ ମଞ୍ଜି ବିକ୍ରୟ କରାଯାଇଥିଲା । ମାତ୍ର ତାହା ଚାଷୀ ପଇସା ଦେଇ ପାରିବେ ନାହିଁ ବୋଲି କହିଥିଲେ । କୃଷି ଅଧିକାରୀ ସେମାନଙ୍କ ଆକାଉଣ୍ଟକୁ ପଛରେ ମୁଗ ମଞ୍ଜି ପଇସା ଯିବ ତମେ ତାହାକୁ ଉଠାଇ ଆମକୁ ଦେବ ବୋଲି କହିବା ସହ ସେମାନଙ୍କ ଆକଉଣ୍ଟକୁ ଯାଇଥିବା ଟଙ୍କା ନେବା ସହ ସରକାରଙ୍କ ପକ୍ଷରୁ ମିଳିଥିବା ସାର ଓ ମଗୁରୀ ଅର୍ଥ ମଧ୍ୟ ନେଇଯାଇଥିବା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ମିଶ୍ର ବୈଠକରେ ଯୋଗ ଦେଇଥବା ଅଧିକାରୀଙ୍କୁ ପଚାରିଥିଲେ । ଶେଷରେ ବିଧାୟକ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏ ଅର୍ଥ କିଏସେ ଆଣିଛି ଯଦି ଆଣିଥିବେ ତୁରନ୍ତ ଚାଷୀଙ୍କୁ ଫେରାଇବା ପାଇଁ କହିଥିଲେ । ସେହିପରି ଫନି ସମୟରେ ନଡିଆ ଗଛ ଭାଙ୍ଗି ଯାଇଥିଲା । ରାଜ୍ୟ ସରକାର ନଡିଆ ଚାଷୀ ମାନଙ୍କୁ କିଛି ପରିମାଣର କ୍ଷତି ପୂରଣ ଉଦ୍ୟାନ ବିଭାଗ ମାଧ୍ୟମରେ ଦେଇଥିଷଲ । ଏବେ ମଧ୍ୟ ସତ୍ୟବାଦୀର ପକୃତ ପକ୍ଷେ କିଛି ନଡିଆ ଚାଷୀ କ୍ଷତି ପୁରଣ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ବୈଠକରେ ବ୍ଳକ ଅଧ୍ୟକ୍ଷ କହିବା ସହ ସଦସ୍ୟ ମାନେ ଏକମତ ହୋଇଥିଲେ । ସେହିପରି ନଡିଆ ଚାଷ ପାଇଁ ରାଜ୍ୟ ସରକାର ସେହି ଉଦ୍ୟାନ ବିଭାଗ ମାଧ୍ୟମରେ ନଡିଆ ଚାରା ସହିତ ଅର୍ଥ ମଞ୍ଜୁର କଲେ । ମାତ୍ର ଗଛ ଦେଖାନାହିଁ ଲୋକମାନଙ୍କ ଆକଉଣ୍ଟକୁ ଟଙ୍କା ଯାଉଛି ବୋଲି ବୈଠକରେ ସରପଞ୍ଚ ଓ ସମିତିସଭ୍ୟ ମାନେ କହିଥିଲେ । ସେହିପରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଧିର ରାସ୍ତାରେ ବର୍ଷା ହେଲେ ପାଣି ଲହଡି ମାରୁଛି ଏହାର ସ୍ଥାୟୀ ପତ୍ରିକାର ପାଇଁ ଜୟପୁର ସମିତିସଭ୍ୟ ପ୍ରସ୍ତାବ ଦେଇଥିଲେ । ସତ୍ୟବାଦୀ ବ୍ଳକକୁ ଏକ ମଡେଲ ବ୍ଳକ ଭାବେ ତିଆରି କରିବା ପାଇଁ ବିଧାୟକ ବୈଠକରେ କହିବା ସହ ତୁରନ୍ତକାର୍ଯ୍ୟକରିବା ପାଇଁ ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଉପାଧ୍ୟକ୍ଷ ନିବେଦିତା ପାତ୍ର, ଏବିଡିଓ ଅରକ୍ଷିତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତ, ବିଷ୍ଠୁପିୟା ବରାଳଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ବିଦ୍ୟୁତ, ପାନୀୟ ଜଳ, କୃଷି, ଉଦ୍ୟାନ ବିଭାଗ, ମହିଳା ଶିଶୁ କଲ୍ୟାଣ ବିଭାଗ ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୩---୮,୧୦ Sakhigopal News, 5/7/2023




