୫୩ନଂ ମୁଖ୍ୟ ଜାତୀୟ ରାଜପଥର ସରଣ୍ଡା ଛକ ରେ ଆଉ ଏକ ମୁଣ୍ଡ ଗଡିଲା
ବରଗଡ଼:-----(ନବୀନ ଦାଶ) ବରଗଡ଼ ଜିଲ୍ଲା ଅତାବିରା ମଧ୍ୟଦେଇ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ବ୍ୟସ୍ତ ବହୁଳ ଚାରି ଥାକିଆ ଲୁହୁରାଚଟି-ସମ୍ବଲପୁର ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଦେଇ ଯାଇଥିବା ବେଳେ ରାଜରାସ୍ତାରେ ପ୍ରତିଦିନ ଛୋଟ ବଡ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି । ଏହି ରାସ୍ତା ଟି ବ୍ୟସ୍ତ ବହୁଳ ହେବା ଓ ଦିନ ରାତି ଏହି ରାସ୍ତା ଦେଇ ହଜାର ହଜାର ଛୋଟ ବଡ ଗାଡ଼ି ମଟର ସହ ଭରିଯାନ ବାହାନ,ଲୋକେ ତଥା ସ୍କୁଲ ପିଲା ଯାତାୟାତ କରିଥାନ୍ତି । ଟ୍ରାଫିକ ସମସ୍ୟା ରେ ଜର୍ଜରିତ ହୋଇ ରାଜପଥ ସବୁ ବେଳେ ରକ୍ତ ଛିଟା ପଡ଼ିଥାଏ । ଆଜି ଦିନ ଦ୍ବିପହରରେ ଆଉ ଏକ ମର୍ମନ୍ତୁଦ ଘଟଣା ଘଟିଛି । ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ରୁ ଝାଉଁ ଯୋର ମଝିରେ ସମ୍ବଲପୁର-ବରଗଡ଼ ୱେ ରାଜରାସ୍ତା ରେ ଲାଗିଥିବା ଭଙ୍ଗା ଦଦରା ଲୁହା ବେରିକେଟରେ ବାଡେଇ ହୋଇ ଜଣଙ୍କ ର ମୃତ୍ୟୁ ଘଟିଥିବା ଜଣା ପଡିଛି।ସୂଚନା ଯୋଗ୍ୟ ଯେ ଭେଡେନ ଥାନା ଅନ୍ତର୍ଗତ ଥୁଆପାଲି ଝରାପାଲି ସୁରେଶ ଗୁରୁ ଡାକ ନାଁ କୁର୍ କୁରୁ ସମ୍ବଲପୁର ରୁ ଅତାବିରା ଅଭିମୁଖେ ରାଜରାସ୍ତାରେ ଯାଉଥିଲେ । ସରଣ୍ଡା ଛକ ରୁ ଉକ୍ତ ରାସ୍ତା ରେ ଥିବା ଝାଉଁଯୋର ମଝିରେ ଥିବା ଲୁହା ବେରିକେଟ୍ ରେ ଏକ ଟିଭି ଏସ ସ୍କୁଟି ଓଆର୍ ୧୪ ପି ୬୪୮୪ ଯୋଗେ ଯାଉଥିଲେ । ବେରିକେଟ ରେ ଧକ୍କା ହୋଇ ଲୁହା ଏଙ୍ଗଲ ଛାତିରେ ସାମ୍ନା ପଟୁ ପଶି ପଛ ପଟେ ବାହାରି ଯାଇଥିବା ଲୋକେ କହନ୍ତି।ଏନେଇ ରାସ୍ତାରେ ଯିବା ଆସିବା ତଥା ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଯୋଗେ ଅତାବିରା ସରକାରୀ ଡାକ୍ତର ଖାନା କୁ ପହଞ୍ଚାଇ ଥିଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଥା ସରକାର ରାଜରାସ୍ତା ରୁ ଭଙ୍ଗା ଦଦରା ବେରିକେଟ କୁ ହଟାଇ ରାଜରାସ୍ତା କୁ ତ୍ରୁଟିମୁକ୍ତ ତଥା ବିପଦମୁକ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ,୪/୭/୨୦୨୩----୮,୫୫ Sakhigopal News,4/7/2023




