ବାଲିଗୁଡା ବାରଖମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ରୁ ଚାରି ଛାତ୍ର ନିଖୋଜ
କନ୍ଧମାଳ ---- ବାଲିଗୁଡା ବାରଖମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ରୁ ଚାରି ଛାତ୍ର ନିଖୋଜ ଥିବା ନେଇ ବାରଖମା ଫାଣ୍ଡି ରେ ଏତଲା ଦେଲେ 4 ଛାତ୍ର ଙ୍କ ପରିବାର ଲୋକେ l ଚାରି ଜଣ ଛାତ୍ର ଙ୍କ ମଧ୍ୟରେ ଜଣେ 5ମ ଶ୍ରେଣୀ ଓ 3 ଜଣ ତୃତୀୟ ଶ୍ରେଣୀ ର ଛାତ୍ର ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ତେବେ ବର୍ତମାନ ସୁଦ୍ଧା 4 ଜଣ ନିଖୋଜ ଛାତ୍ର ଙ୍କ ସନ୍ଧାନ ନ ମିଳିବାରୁ ବାଧ୍ୟ ହୋଇ ପରିବାର ଲୋକ ବାରଖମା ପୋଲିସ ଫାଣ୍ଡି ରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି l ତେବେ ସୂଚନା ଅନୁଯାୟୀ ଆଜି ସକାଳ 9 ଟା ରେ ଜଣେ ଛାତ୍ର ଙ୍କ ପିତା ବାଡ଼ା ମଳିକ ସ୍କୁଲ କୁ ଛାତ୍ର ଜଣକୁ ଭେଟିବାକୁ ଆସିଥିଲେ l ତେବେ ସ୍କୁଲ ହଷ୍ଟେଲ ରୁ ନିଜ ପୁଅ ସମେତ 4 ଜଣ ଛାତ୍ର ପାଚେରୀ ଡେଇଁ ପଳେଇଥିବା କହିଥିଲେ ସ୍କୁଲ ର ରୋଷେୟା ଲିଙ୍ଗରାଜ ମଳିକ l ନିଜ ପୁଅ ବିଷୟରେ ଶୁଣିଲା ପରେ ଅନ୍ୟ ଛାତ୍ର ଙ୍କ ପରିବାର କୁ ଘଟଣା ସମ୍ପର୍କ ରେ ଜଣେଇଥିଲେ ବାଡ଼ା ମଳିକ l ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଏଯାବତ ନିଖୋଜ 4 ଛାତ୍ର ଙ୍କ କୌଣସି ସନ୍ଧାନ ମିଳିନଥିବା କହିଛନ୍ତି ପରିବାର ସଦସ୍ୟ l
ତେବେ ସ୍କୁଲ ହଷ୍ଟେଲ ରୁ କୋମଳମତି ଛାତ୍ର ନିଖୋଜ ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକେ l ସ୍କୁଲ ହଷ୍ଟେଲ ଦାୟିତ୍ୱ ରେ କେହି ବି ରହୁ ନଥିବା ବେଳେ ଜଣେ ରୋଷେୟା ଙ୍କ ଭରସା ରେ ହଷ୍ଟେଲ ରେ 40 ଜଣ ଛାତ୍ର ଙ୍କ ଏପରି ଭବିଷ୍ୟତ ଅନ୍ଧାର ରେ ରହିଥିବା ଅଭିଯୋଗ କରିଛନ୍ତି ନିଖୋଜ ଛାତ୍ର ଙ୍କ ପରିବାର l ଏ ନେଇ ସ୍କୁଲ ର ପ୍ରଧାନ ଶିକ୍ଷକ ଲଙ୍କେଶ୍ୱର କଂହର ଙ୍କୁ ଯୋଗାଯୋଗ କରିଥିଲେ ବି ଯୋଗାଯୋଗ ସମ୍ଭବ ହୋଇନାହିଁ l ତେବେ ପ୍ରଶ୍ନ ଉଠୁଛି କିଭଳି ଜଣେ ରୋଷେୟା ଙ୍କ ଦାୟିତ୍ୱ ରେ ସ୍କୁଲ ହଷ୍ଟେଲ ରେ 40 ଜଣ ଛାତ୍ର ରହୁଛନ୍ତି l ଏପରି ଘଟଣା ପାଇଁ କିଏ ଉତ୍ତରଦାୟୀ ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ ମାନେ l ତୁରନ୍ତ ଜିଲ୍ଲାପାଳ ଛାତ୍ର ମାନଙ୍କୁ ଖୋଜିବା ସହିତ ହଷ୍ଟେଲ ପ୍ରତି ନଜର ଦେବାକୁ ଦାବି ହେଉଛି।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୦/୭/୨୦୨୩-----୯,୪୫. Sakhigopal News,10/7/2023
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୦/୭/୨୦୨୩-----୯,୪୫. Sakhigopal News,10/7/2023




