ads

Breaking News

ଲବଣଗିରି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସହିତ ବୃକ୍ଷ ରୋପଣ



ଜଟଣୀ ---ଜଟଣୀ ବ୍ଲକ ଅନ୍ତର୍ଗତ ଲବଣଗିରି ଉଚ୍ଚ ବିଦ୍ୟାଳୟରେ  ବୃକ୍ଷ ରୋପଣ ସହିତ ବନ ମହୋତ୍ସବ ପାଳିତ ହୋଇଯାଇଛି।  ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ କୃଷି ବିଭାଗ ଅଧିକାରୀ ଜୟନ୍ତ କୁମାର ପରିଡା ଯୋଗ ଦେଇଥିଲେ | ବନ ମହୋତ୍ସବ ପାଳନର ପ୍ରକୃତ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ନିହାତି ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ବୃକ୍ଷ ରୋପଣ ଦ୍ୱାରା  ପୃଥିବୀରେ ବଢୁଥିବା ତାପମାତ୍ରା କୁ ନିୟନ୍ତ୍ରଣକୁ ଅଣା ଯାଇପାରିବ ବୋଲି ଆଲୋକପାତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ମଞ୍ଚେଶ୍ୱର ବନାଞ୍ଚଳର ଅଧିକାରୀ  ସହଯୋଗ କରିବା ସହ ୧୦୦ ରୁ ଉର୍ଧ୍ଵ ବୃକ୍ଷ ଲଗାଇବାକୁ ପ୍ରଦାନ କରିଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପରିଡା, ମୋ ସ୍କୁଲ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଛୋଟରାୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ପାଇକରାୟ, ରବୀନ୍ଦ୍ର ସ୍ୱାଇଁ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୭/୨୦୨୩----୮,୪୦ Sakhigopal News,10/7/2023

ads

Blog Archive

Popular Posts