ଭଞ୍ଜନଗର--ଗଞାମ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ତାରସିଂ ବନାଞ୍ଚଳ ତରଫରୁ ଘୋଗଡ ସେକସନ୍ ମିଳିତରେ ସ୍କୁଲର ଛାତ୍ର-ଛାତ୍ରୀମାନଙ୍କୁ ନେଇ୭୪ ତମ ବନ ମହୋତ୍ସବb9 ପାଳିତ ହୋଇଯାଇଛି। ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ମ ବିଭିନ୍ନ କଳକାରଖାନା ଅଗ୍ରଗତି ହେଉଥିବାରୁ ଦିନକୁ ଦିନ ଜଙ୍ଗଲ ହ୍ରାସ ଘଟୁଛି।ଯାହାକି ପାଣି ପବନ ପରିବେଶ ଠାରୁ ଆରମ୍ଭ କରି ଜୀବ ଜଗତ ଉପରେ ଏହାର ପ୍ରଭାବ ପଡୁଛି । ଏତତ୍ ବ୍ୟତିତ ଜଙ୍ଗଲ ହ୍ରାସ ପାଇବା ଦ୍ବାରା ପଶୁ ପକ୍ଷି ଗାଁ ଓ ସହର ମୁହାଁ ହେବାକୁ ଲାଗିଲେଣି ।ଏଥିପାଇଁ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବନପାଳ ମାନସ କୁମାର ପ୍ରଧାନ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ବନବିଭାଗର ବନରକ୍ଷୀ ଟୁନା ମଲିକ,ଗନ୍ଧର୍ବ ସେନ ନାଇକ,ସନ୍ତୋଷ ଦାସ ଓଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତି ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉପାନ୍ତ ଅଞ୍ଚଳରେ ୭୪ତମ ବନ ମହୋତ୍ସବ ପାଳନ କରାଯାଇଥିବାରୁ ସ୍ଥାନିୟ ଆଞ୍ଚଳ ବାସି ବନବିଭାଗକୁ ସାଧୁବାଦ ଜଣାଇଛନ୍ତି।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୭/୨୦୨୩---୯,୫୫ Sakhigopal News,6/7/2023
ଆଶ୍ରମ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳିତ
Reviewed by
sakhigopal news
on
09:37
Rating:
5