ଆମ ପୋଖରୀ ଯୋଜନା ର ସିଧା ପ୍ରସାରଣ ଦେଖିଲେ ସ୍ୱୟଂ ସହାୟକ ଗୋଷ୍ଟୀ
କନ୍ଧମାଳ --- ବାଲିଗୁଡା ଏନଏସି ପକ୍ଷରୁ କଲ୍ୟାଣ ମଣ୍ଡପ ଠାରେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପୋଖରୀ ନବୀକରଣ ର ଶୁଭାରମ୍ଭ ସିଧା ପ୍ରସାରଣ କାର୍ଯ୍ୟକ୍ରମ କୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଦେଖିଛନ୍ତି | ରାଜ୍ୟ ରେ ଥିବା ସମସ୍ତ ପୌର ସଂସ୍ଥା ଅଧିନ ରେ ଥିବା ପୋଖରୀ ର ନବୀକରଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି | ବାଲିଗୁଡା ଉପଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ହୋଇଛି |ସିଟି ମିଶନ ମ୍ୟାନେଜର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ଏହି ଯୋଜନା ଦ୍ୱାରା ଶୁଷ୍କ ଜଳାଶ୍ରୟ ଗୁଡିକ ର ପୁନଃ ଉଦ୍ଧାର ହୋଇ ପାରିବ ବୋଲି ଉପାଧ୍ୟକ୍ଷା ଶାନ୍ତିକୁମାରୀ ନାୟକ କହିଛନ୍ତି | ଅନ୍ୟ ମାନଙ୍କ ମଧ୍ୟ ରେ କାଉନସିଲର ହରପ୍ରିୟା ତ୍ରିପାଠୀ,ମିନତୀ ନାୟକ, ଗୀତା ମଳିକ, ରୀନା କୁମାରୀ ପଣ୍ଡା, ରଶ୍ମିତା ପାଢ଼ୀ ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଟୀ ର ମହିଳା ମାନଙ୍କୁ ଆମ ପୋଖରୀ ଯୋଜନା ର ଉପଦେୟ ସମ୍ପର୍କ ରେ କହିଥିଲେ | ଆମ ପୋଖରୀ ସମ୍ପର୍କ ରେ ପୌର ଇଞ୍ଜିନିୟର କେଦାରନାଥ ଚୌଧୁରୀ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଟୀ ମହିଳା ମାନଙ୍କୁ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୭/୨୦୨୩----୯,୨୫ Sakhigopal News,6/7/2023



