ଗୋ ଆଧାରିତ କୃଷି ସଚେତନତା ସହିତ ବୃକ୍ଷ ରୋପଣ
ସାକ୍ଷୀଗୋପାଳ----- ସଂସ୍କୃତି ଓ ଗୋ ସୁରକ୍ଷା ମଞ୍ଚ ଓଡିଶା ତରଫରୁ ପରିବେଶ ଓ ଗୋ ଆଧାରିତ କୃଷି ସଚେତନତା ବୃକ୍ଷ ରୋପଣ ସହିତ ଆଲୋଚନା ଚକ୍ର ସତ୍ୟବାଦୀ ବ୍ଲକର ଅଳଗୁମ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବଲ ଟ୍ରଷ୍ଟ ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ ଏବଂ ସଂଗଠନ ଆବାହକ ପ୍ରଭାତ କୁମାର ମହାପାତ୍ର ସଚେତନତା ଶିବିରରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରିବେଶ ତିରୁପତି ଜେନା ଆକାଶ ପ୍ରଧାନ ଅବକାଶ ପ୍ରଧାନ, ଅନାମ ଚରଣ ପ୍ରଧାନ, ସଚିକାନ୍ତ ଜେନା, ହରିହର ପ୍ରଧାନ, ପ୍ରତିଶ ସାହୁ ତ୍ରିଲୋଚନ ଜେନା, ବିରଞ୍ଚି ଜେନା, ପଶିଆ ବିଶ୍ୱାଳ ପଞ୍ଚାନନ ବିଶ୍ୱାଳ, ସୁନୀଲ ବିଶ୍ୱାଳ ସୌମ୍ୟରଂଜନ ପରିଡା, ଅବିନାଶ ବରାଳ ବାବିନା ବାରିକ ଙ୍କ ସହିତ ଗ୍ରାମର ଅନେକ ଲୋକଙ୍କୁ ନେଇ ଶତାଧିକ ଲିମ୍ବ, କରଞ୍ଜ, ବଉଳ, ଜାମୁ ଓ ଅର୍ଜୁନ ଗଛ ଅଳଗୁମ କାଠି ପଡିଆ ରାସ୍ତାରେ ଲଗାଯାଇ ଥିଲା l ପ୍ରତ୍ୟେକ ମାନବ ଜୀବନର ସୁଖ ସମୃଦ୍ଧି ପାଇଁ ଗଛ ଓ ଗୋ ସମ୍ପଦ ର ଆବଶ୍ୟକତା ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ମୃତ୍ତିକାର ଜୈବ ବିବିଧତା ତଥା ଉର୍ବରତା ଫେରାଇ ଆଣି ଗୋ ଆଧାରିତ ପାରମ୍ପରିକ କୃଷି ଦ୍ୱାରା ବିଷ ମୁକ୍ତ ସୁଷମ ପୃଷ୍ଟିକର ଖାଦ୍ୟ ଉତ୍ପାଦନ ସହିତ ପରିବେଶକୁ ସୁରକ୍ଷିତ ରଖା ଯାଇପାରିବ ବୋଲି ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବଲ ଟ୍ରଷ୍ଟ ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ ମତ ବ୍ୟକ୍ତ କରିଥିଲେ l ଏଣୁ ଗୋ ଆଧାରିତ କୃଷି, ଜୈବ ବିଭିଦତା ଫେରାଇ ଆଣି ପ୍ରତ୍ୟେକ ନିଜ ନିଜ ପାଇଁ ନିଜର ଭବିଷ୍ୟତ ବଂଶଧର ପିଢ଼ୀର ସୁଖ ସମୃଦ୍ଧି ପାଇଁ ଘରେ ଘରେ ଗୋପାଳନ ଓ ଗୋ ଆଧାରିତ ଘରୋଇ ଶିଳ୍ପ ଆରମ୍ଭ କରି ଜୀବଜଗତକୁ ସୃଷ୍ଟି ହେଉ ଥିବା ବିଭିନ୍ନ ସଂକଟରୁ ରକ୍ଷା କରିପାରିବା l ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତର ଗାଁ ଗାଁରେ ଜନ ସଚେତନତା ଅଭିଯାନ କରାଯିବ ।
l ଅଳଗୁମ ଗାଁ ରେ ପ୍ରଥମେ ଏକ ଗ୍ରାମ ସ୍ତରୀୟ କମିଟି ଗଠନ କରାଗଲା ଏବଂ ଜେନାସାହି ଗ୍ରାମରେ ଏକ ଗୋ ଆଧାରିତ ପ୍ରକଳ୍ପ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି l ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୮/୭/୨୦୨୩----୮,୨୫ Sakhigopal News 8/7/2023



