ads

Breaking News

ସତ୍ୟବାଦୀରେ ବନ ମହୋତ୍ସବ ପାଳନ


 ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ବ୍ଳକ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ, ଶିକ୍ଷକ ବିଜୟ କୁମାର ପରିଡା, ମନୋରଞ୍ଜନ ନାଥ ପ୍ରମୁଖ ଉପସ୍ଥିତିରେ କେତଟି ଚାରା ରୋପଣ କରାଯାଇଛି । ସେହିପରି ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଙ୍କ ସହିତ ଲିଗାଲ ସ୍ୱେଚ୍ଛାସେବୀ ମୋନାଲିସା ପ୍ରଧାନ, ସମ୍ବିତ ମହାପାତ୍ର, ଆଇନଜୀବୀ ଉପେନ୍ଦ୍ର  ବିଶ୍ୱାଳ ବୃକ୍ଷ ରୋପଣ କରିଥିଲେ । ସାକ୍ଷୀଗୋପାଳ ଫରେଷ୍ଠର ଗାର୍ଡ ଗୀତାଞ୍ଜଳି ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୭/୨୦୨୧----୮,୪୫

ads

Blog Archive

Popular Posts