ads

Breaking News

ଯୁବ ସାମ୍ବାଦିକ ଓ ଫଟୋଗ୍ରାଫର କରୋନା ଯୁଦ୍ଧରେ ହାରିଗଲେ ; ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ ଶୋକ


  ଡେଲାଙ୍ଗ -------ଯୁବ ସାମ୍ବାଦିକ ଓ ଫଟୋଗ୍ରାଫର ପନ୍ଦର ଦିନ ଧରି କରୋନା ଯୁଦ୍ଧରେ ଲଡିବା ପରେ ଶେଷରେ ହାରି ଯାଇଛନ୍ତି ସୁକାନ୍ତ କୁମାର ବେହେରା । ସେ ଜଣେ ଯୁବ ସାମ୍ବାଦିକ ଭାବେ  ପିପିଲିରେ ବେଶ ପରିଚିତ ଥିଲେ । ତାଙ୍କର ସେହି ହସ ହସ ମୁହଁ ଏବେ ମନେ ପଡିଯାଉଛି । ପନ୍ଦର ଦିନ ତଳେ ଦେହ ଖରାପ ହେବାରୁ ଡାକ୍ତରଙ୍କୁ ଦେଖାଇ ମେଡିସିନି ଖାଇଥିଲେ । ମାତ୍ର ଦେହ ଅଧିକ ଖରାପ ହେବାରୁ କୋଭିଡ ପରୀକ୍ଷା କରିବାରୁ ସେ ପଜେଟିଭି ବୋଲି ଜଣାପଡିବାପରେ ଭୁବନେଶ୍ୱର କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପ୍ରସାରିତ ହେବାପରେ ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ  ଶୋକ ପ୍ରକାଶ କରାଯାଇଛି । ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ  ବିଜୟ ମିଶ୍ର,  ଧୀରେନ୍ଦ୍ର ସେନାପତି, ବିଜୟ ମହପାତ୍ର, ସନ୍ତୋଷ ପଟ୍ଟନାୟକ, ଦୀପକ ମିଡ୍ର, ସିର୍ଦ୍ଦାର୍ଥ ବଳବନ୍ତରାୟ, ଦୀଲିପି ଧାଉଡିଆ, ଗିତାରାଣି ରଣଜିତ, ଅନିମା ମିଶ୍ର, ତୁଷାରକାନ୍ତ ନାୟକ, ଗଗନ ଖଟେଇ, ନିରଞ୍ଜନ ନାୟକ, ହିମାଂଶୁ ମହାପାତ୍ର. ଶୁଭଲକ୍ଷ୍ମୀ ସେନାପତି, ପ୍ରଦୀପ ନାୟକ ଶୋକ ପ୍ରକାଶ କରିଛନ୍ତି । ସେହିପରି ପିପିଲି ପ୍ରେସ କ୍ଳବ ଓ ଉତ୍କଳମଣି ସାମ୍ବାଦିକ ସଂଘ ଶୋକ ପ୍ରକାଶ କରିବା ସହ ପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି କାମନା କରିବା ସହ ଉକ୍ତ ପରିବାରକୁ ଧର୍ଯ୍ୟ ଦେବାକୁ ପ୍ରର୍ଥନା କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୧---୮,୪୦ 

 Sakhigopal News, 3/6/2021

ads

Blog Archive

Popular Posts