ads

Breaking News

ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରେ ଅସମ୍ଭାଳ ଭିଡ; କୋଭିଡ ଆଇନକୁ ଫୁ

 


ସାକ୍ଷୀଗୋପାଳ-----  ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କ ଆଗରେ କୋଭିଡ ନିୟମ ଖୋଲା ଖୋଲି ଭାବେ ଉଲଙ୍ଗନ କରାଯାଇଛି ।  ବ୍ୟାଙ୍କ କୃତପକ୍ଷ କୋଭିଡ -୧୯ ଆଇନକୁ ଖିଲାପ କରିଥିବାର ଦେଖାଯାଇଥିଲା । ବ୍ୟାଙ୍କ ଆଗରେ ହ୍ୟାଣ୍ଡୱାସ ନଥିଲା କି ପାଣି ବାଲଟି ବା ସାବୁନ ମଧ୍ୟ ରଖାଯାଇନଥିଲା । ବ୍ୟାଙ୍କ ଆଗରେ ମଧ୍ୟ ହିତାଧିକାରୀ ମାନଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୃତ୍ତ ଚିହ୍ନିତ କରାଯାଇ ନାହିଁ । ୫ ତାରିଖରେ ଲକଡାଉନ ଆରମ୍ଭ ହେଉଥିବାରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ।ସକାଳ ୮ ଟାରୁ ଏହି ଭିଡଲାଗି ରହିଥିଲା । ଅନ୍ୟ ପକ୍ଷେ ସାକ୍ଷୀଗୋପାଳରେ ଥିବା ଅନେକ ଏଟିଏମରୁ ଟଙ୍କା ସରିଯାଇଥିଲା ଌରୁରୀ କାମରେ ଯାଇଥିବା ଲୋକମାନେ ବାଧ୍ୟ ହୋଇ ପୁରୀ , ଚନ୍ଦନପୁର, ସାତଶଙ୍ଖ, ପିପିଲି ଯାଇଥିବା ଜଣାପଡିଛି । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧---୮,୫୫
Sakhigopal News,Dhirendra Senapati,4/5/2021

ads

Blog Archive

Popular Posts