ads

Breaking News

ବରଗଡ ଲୋକସଭା ସାଂସଦଙ୍କର ସହଁରାଟିକରା ମାର୍କେଟ ଗସ୍ତ କରି ଧାନ ବିକ୍ରୟ ନିମନ୍ତେ ଅଧିକାରୀ ମାନଙ୍କ ସହିତ ଆଲୋଚନା


ଭେଡେନ---- ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ସହିତ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଅନ୍ୟ କର୍ମୀ ମାନଙ୍କ ସହ ସହଁରାଟିକରା ମାର୍କେଟ କୁ ଯାଇ ଚାଷୀ ମାନଙ୍କ ଧାନ ବିକ୍ରୟ ସମନ୍ଧରେ ଆଲୋଚନା କରିଥିଲେ। ମାର୍କେଟ ୟାର୍ଡ଼ ସରକାର ଓ ସମବାୟ କର୍ମଚାରୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଚାଷୀଙ୍କ ଧାନ ସୁବିଧା ରେ ତାଲିକାଭୁକ୍ତ ହୋଇପାରିବ, ଯେପରି ଟୋକନ ଲାପସ୍ ନହେବ , ଧାନ ବିକ୍ରି ହୋଇ ସୁବିଧା ସରକାରୀ ମୂଲ୍ଯ ପାଇପାରିବ ଓ ବର୍ଷା ହେଲେ ଧାନ ସୁରକ୍ଷା ପାଇଁ ତାରପୋଲିନ ମହଜୁଦ ରଖିବା ପାଇଁ ଆଲୋଚନା କରିଥିଲ। ଏହି ସମୟରେ ବିଜେପିର ସୁରୁବାବୁ କର୍ମି, ଧନେଶ୍ଵର ପାଢୀ, ଆନନ୍ଦ ଅଗ୍ରୱାଲ, ରାଜେଶ ବଢେଇ, ରବିନ୍ଦ୍ର ନାୟକ, ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ,୨୬/୫/୨୦୨୧----୬,୦୫
Sakhigopal News,26/5/2021

ads

Blog Archive

Popular Posts