ads

Breaking News

ଗରିବର ସାଥୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡେଲାଙ୍ଗର ବିଭିନ୍ନ ସ୍ଥାନ ସାନିଟାଇଜର


 ଡେଲାଙ୍ଗ----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମରେ ଗଡି ଉଠିଥବା ଗରିବର ସାଥୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡେଲାଙ୍ଗ ଥାନା ଓ ମେଡିକାଲ, ଡେଲାଙ୍ଗ ହାଟ ବଜାର ଓ ବେନୁପଡା ମଠ ସହିତ ବିଭିନ୍ନ ଗ୍ରାମକୁ ସାନିଟାଇଜର କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ସଟଡାଉନ ଓ ଲକଡାଉନ ଜାରି ରହିଛି । ଏହାକୁ ଲକ୍ଷ୍ୟ କରି ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ କରୋନା ଭୁତାଣୁକୁ ରୋକ ଲଗାଇବା ପାଇଁ ସାନିଟାଇଜର କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ରଙ୍କ ନେତ୍ୱତୃରେ ସମ୍ପାଦକ ଉମେଶ ପଣ୍ଡା, ଚନ୍ଦନ ମହାପାତ୍ର, କୈଳାସ ପଲେଇ, ବାଲୁଙ୍କେଶ୍ୱର ମହାପାତ୍ର, ରାଜ କୁମାର ସେଠୀ, ସ୍ୱରାଜ ସାହୁ, ଆଶୋକ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ବେହେରା, ମାନସ ଦାସ ସୁନୀଲ ମହାପାତ୍ର ପ୍ରମୁଖ ସାନିଟାଇଜର କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୩୦/୫/୨୦୨୧---୮,୦୫ 

 Sakhigopal News,30/5/2021

ads

Blog Archive

Popular Posts