ads

Breaking News

ମହାମାରୀ ଦମନ ପାଇଁ ସହାୟତା ର ହାତ ବଢ଼ାଇଲେ ବରଗଡ଼ ସାଂସଦ ସୁରେଶ ପୂଝାରୀ


ବରଗଡ଼----  ବରଗଡ଼ ଜିଲ୍ଲାରେ କୋରୋନା ମହାମାରୀ ର ଭୟଙ୍କର ସ୍ଥିତି ଧାରଣ କରିଛି ।ଧୀରେ ଧୀରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି।ଏହାକୁ ଆଖି ଆଗରେ ରଖି ବରଗଡ଼ ସାଂସଦ ସୁରେଶ ପୂଝାରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏମ୍ ସି ଏଲ୍ ର ଗାଡି ସାହାଯ୍ୟ ରେ ମୁଖ୍ୟ ଚିକିତ୍ସାଳୟ, ବରଗଡ଼ ଟାଉନ ଥାନା, ପରିବା ବଜାର ଅଞ୍ଚଳକୁ ସାନିଟାଇଜ କରାଇଥିଲେ । ସେହିପରି ମହାମାରୀ ର ଦମନ ପାଇଁ ଆଗେଇ ଆସିଥିବା ସାମାଜିକ ଓ ସ୍ବେଛାସେବୀ ସଂଗଠନ ତଥା ବରଗଡ଼ ର ଅଗ୍ରୱାଲ ସମାଜ କୁ ଅସ୍କିଜେନ ସିଲିଣ୍ଡର ଯୋଗାଇବା ସହ ଅତାବିରା ସାମାଜିକ କୋଭିଡ ସହାୟତା କେନ୍ଦ୍ର କୁ ପ୍ରଥମ ପର୍ଯ୍ୟାୟ ରେ ୧୦ଟି ସିଲିଣ୍ଡର ଯୋଗାଇ ଦେଇଛନ୍ତି। ଅତାବିରା ର ସ୍ଥିତି କୁ ପରଖି ବରଗଡ଼ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଟିଏ କୋଭିଡ ଏମ୍ବୁଲେନ୍ସ ସହ ଶବ ବୁହା ଗାଡି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ , ୨୪/୫/୨୦୨୧---୪,୫୦
 Sakhigopal News, 24/5/2021

ads

Blog Archive

Popular Posts