ads

Breaking News

ପୁରୀ ବାଲିଘାଟ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ନବଘନ ସାହୁଙ୍କର ପରଲୋକ



 ପୁରୀ----ପୁରୀ ବାଲିଘାଟ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ  ନବଘନ ସାହୁଙ୍କ ଗୁରୁବାର ରାତ୍ର ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ପୁତ୍ର ବିଶ୍ବମ୍ବର ସାହୁ ମୁଖାଗ୍ନୀ ଦେଇଥିଲେ। ସେ କର୍କଟ ରୋଗରେ ଆକ୍ରାନ୍ତ ଯୋଗୁ କିଛି ଦିନ ତଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଜଣେ ମିଷ୍ଟଭାଷୀ ମେଳାପି ଓ ଭାଗବତ ପ୍ରେମୀ ମଣିଷ ଭାବେ ବେଶ୍ ପରିଚିତ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୂ,ଝିଅ ଜ୍ବାଇଁଙ୍କ ସମେତ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧୀରେନ୍ଦ୍ର ସେନାପତି, ୨୯/୫/୨୦୨୧ ---୬,୪୦ 
Sakhigopal News 29/5/2021

ads

Blog Archive

Popular Posts