ads

Breaking News

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ସାହିତ୍ୟ ସଂସଦ ପକ୍ଷରୁ ଭର୍ଚୁଏଲ ମୋଡ଼ ରେ ସମୀକ୍ଷା ବୈଠକ


 ବରଗଡ଼ ----- ନିଶିଗନ୍ଧା ଜନ୍ମ ଉତ୍ସବ ତଥା ନୂତନ ଭାବରେ ଖୋଲିଥିବା ତିନୋଟି   ୱେବସାଇଟ ର ପରିଚାଳନା ପାଇଁ ଗତ ୧୯ ତାରିଖ ରେ ନିଶିଗନ୍ଧା ପରିବାର ର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ଯେଉଁସବୁ ଦାୟିତ୍ଵ ବଣ୍ଟନ କରା ଯାଇଥିଲା ବା ପ୍ରସ୍ତାବ ଗୁଡିକ ଆଗତ ହୋଇଥିଲା ତାରି ଉପରେ ଆଜି ସଭାପତି ଡଃ ରଜନୀ ରଞ୍ଜନ ଦାସ ଙ୍କ ସଭାପତିତ୍ବ ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟା ୮ଟା ରେ ଗୁଗଲ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଙ୍କ ପରିଚାଳନା ରେ ଆୟୋଜିତ ଏହି ବୈଠକ ରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମତଃ ସମସ୍ତେ ସମୟୀନୁବର୍ତ୍ତି  ହୋଇ ଶୃଙ୍ଖଳା ରକ୍ଷା କରିବା ପାଇଁ ସଭାପତି ଅବଗତ କରାଇଥିଲେ। ପୂର୍ବ ବୈଠକ ର ସମୀକ୍ଷା ଯେଉଁଥିରେ ନିଷିଗନ୍ଧା ର ଚାରିଟି ଜୋନର ସଭାପତି ଓ ସଂଯୋଜକ ମାନେ ନିଜ ନିଜ ଜୋନ  ଗୁଡିକ ରେ ଦେଖା ଯାଉଥିବା ସମସ୍ୟା ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିଶିଗନ୍ଧା ଜନ୍ମଦିବସ ର କାର୍ଯ୍ୟକ୍ରମ ପାଇଁ ଯେଉଁ ବ୍ୟୟ ଅଟକଳ ରହିଛି ତାକୁ ଆଖି ଆଗରେ ରଖି ଆଜୀବନ ସଦସ୍ୟତା,ବାର୍ଷିକ ସଭ୍ୟ ଆଦି ସୂତ୍ରରୁ ଅର୍ଥ ସଂଗ୍ରହ କରିବା ପାଇଁ ପ୍ରତି ଜୋନ ର ସଭାପତି ଓ ସଂଯୋଜକ ମାନେ  ନିଶିଗନ୍ଧା ନିୟମ ଶୃଙ୍ଖଳାକୁ ଦୃଷ୍ଟିରେ ରଖି  ସ୍ଵାଧୀନ ଭାବରେ କାର୍ଯ୍ୟ କରିପାରିବେ ବୋଲି ସଭାପତି ପ୍ରକାଶ କରିଥିଲେ। କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତି ରେ "ଆୟ ଦେଖି ବ୍ୟୟ" କରିବା, ଯଦି ଆବଶ୍ୟକ ପଡେ କାର୍ଯ୍ୟକ୍ରମକୁ କମ ଖର୍ଚ୍ଚରେ କରିବା ଓ  ସମସ୍ତ କର୍ମକର୍ତ୍ତା ମାନେ ନିଜ ନିଜର ସହୃଦୟତା ର ସହିତ କିଛି କିଛି ଆର୍ଥିକ ସହାୟତା ଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ କାର୍ଯ୍ୟକାରୀ ସମ୍ପାଦିକା ଗିତାଶ୍ରି ପ୍ରିୟମ୍ବଦା କହିଥିଲେ।ସାମ୍ପ୍ରତିକ ପରିସ୍ଥିତି ରେ ତାଙ୍କର ପ୍ରସ୍ତାବ କୁ ସମସ୍ତେ ଯୁକ୍ତି ଯୁକ୍ତ ମନେକରି  ସହମତି ପ୍ରଦାନ କରିଥିଲେ।ଦ୍ବିତୀୟତଃ ନିଶିଗନ୍ଧା ର ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟ ପାଇଁ ୧୮ଟି  ବିଷୟ ବସ୍ତୁକୁ ନେଇ ୧୮ ଗ୍ରୁପ ଗଠନ କରାଯାଇ ପ୍ରତି ଗ୍ରୁପ୍ ପାଇଁ ଜଣେ ଲେଖାଏଁ ଏଡ଼ିଟର ଙ୍କୁ ବଛାଯାଇ ତାଙ୍କୁ ଉକ୍ତ ଗ୍ରୁପ୍ ପରିଚାଳନା ର ଦାୟିତ୍ଵ ଦିଆଯାଇଥିଲା।ନିଶିଗନ୍ଧା ଭଳି ଏକ ବିଶାଳ ସାରସ୍ଵତ ସଂଗଠନ ର ମର୍ଯ୍ୟାଦା ଯେମିତି କ୍ଷୂର୍ଣ୍ଣ ନ ହୁଏ,ସେଥିପ୍ରତି ଦୃଷ୍ଟିଦେଇ କାମ କରିବା ପାଇଁ ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ସମସ୍ତଙ୍କୁ ଆହ୍ବାନ ଦେଇ ଥିଲେ।ରାଜ୍ୟ ବିଚାରକ ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖପତ୍ର ର ସଂଶୋଧନ ରେ ଯେଉଁ ସବୁ ଅସୁବିଧା ବା ତ୍ରୁଟି ଅନୁଭବ କରିଥିଲେ ତାକୁ ଉପସ୍ଥାପନ କରି ସେଗୁଡ଼ିକର  ସମାଧାନ ପାଇଁ ସମସ୍ତଙ୍କ ମତାମତ ଗ୍ରହଣ କରିଥିଲେ  ବୈଠକ ରେ ରାଜ୍ୟ ଉପ ସଭାପତି ଆଡଭୋକେଟ ଚିତ୍ର ରଞ୍ଜନ ନନ୍ଦ,ରାଜ୍ୟ ପୃଷ୍ଠା ପୋଷାକ କରୁଣାକର ମଲ୍ଲିକ,ମୁଖ୍ୟ ସମ୍ପାଦିକା ସରସ୍ବତୀ ନାଏକ,ପର୍ଯ୍ୟବେକ୍ଷକ ଡଃ ଦେବି ପ୍ରସାଦ ମିଶ୍ର, ଗଣେଶ ଚନ୍ଦ୍ର ଜେନା,ଅର୍ଚ୍ଚନା ଦାସ,ପୁଷ୍ପଲତା ସାହୁ, ଜ୍ୟୋତିରଂଜନ ଦାସ,ହରିହର ଭୁକ୍ତା,ନୀଳମଣି ଥାପା,ଭଗବାନ ଓତା,ମମତା ସାହୁ,ନିରଦ ଜେନା  ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସଂଗଠନ ସମ୍ପାଦିକା ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ଼ ରୁ ନବୀନ ଦାଶ ଙ୍କ ରିପୋର୍ଟ, ୨୪/୩/୨୦୨୧ , Sakhigopal News24/5/2021

ads

Blog Archive

Popular Posts