ads

Breaking News

ଡେଲାଙ୍ଗରେ ୪ଟି କେନ୍ଦ୍ରରେ ୮ଶହ ଜଣଙ୍କୁ ଟୀକା ପ୍ରଦାନ

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ୪ଟି ଟୀକା କରଣ କେନ୍ଦ୍ର ମାଧ୍ୟମରେ ୪୫ ବର୍ଷରୁ ଅଧିକ ୮ଶହ ଜଣ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ କରୋନା ଟୀକା ପ୍ରଦାନ କରାଯାଇଛି ବୋଲି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଟୀକା କରଣ କେନ୍ଦ୍ର ଗୁଡିକ ମଧ୍ୟରେ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ,ଗୁଆଳିପଡା ପଞ୍ଚାୟତର ରାଜୀବ ସେବା କେନ୍ଦ୍ର,ହରିରାଜପୁର ପଞ୍ଚାୟତର ସୋମନାଥ ବିଦ୍ୟାପିଠ,ଅଭୟମୁଖି ପଞ୍ଚାୟତର ଇନ୍ଦିପୁର ଏମଇ ସ୍କୁଲ ପରିସରରେ ଟିକା ପ୍ରଦାନ ପାଇଁ କ୍ୟାମ୍ପ କରାଯାଇଥିଲା ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ସୁଚନା ଦେଇଛନ୍ତି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୧---୮,୧୫ 

Sakhigopal News, 22/5/2021

ads

Blog Archive

Popular Posts