ads

Breaking News

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ


ଭେଡେନ----  ବରଗଡ ଜିଲ୍ଲା ଭେଡେନ ଠାରେ ଥିବା ଶିଳ୍ପ ତାଲିମ୍ ଅନୁଷ୍ଠାନ ର ଅଧ୍ୟକ୍ଷ ବିଦ୍ୟୁତ କୁମାର ପୁରୋହିତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦାୟୀ ଅଧ୍ୟକ୍ଷ ଗତ ତାରିଖ ୧.୧୨.୧୮ ଯୋଗ ଦାନ କରି ଆଜି ୩୧.୫.୨୧ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଅନୁଷ୍ଠାନ ବହୁ ଉନ୍ନୟନ କାର୍ଯ୍ୟ ହୋଇ ପାରିଛି। କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବାରୁ କଟକଣା ଯୋଗୁଁ ନିରାଡମ୍ବର ଭାବେ ଅବସର କାଳୀନ ସଭା ପାଳିତ ହୋଇଯାଇଛି। ଏହି ବୈଠକରେ ଅନୁଷ୍ଠାନ ର ଟ୍ରେନିଂ ଅଫିସର ବିନୋଦ ମଲ୍ଲିକ ଅଧ୍ୟକ୍ଷତ କରିଥିଲେ । ବିଦାୟୀ ଅଧ୍ୟକ୍ଷ ପୁରୋହିତ ବାବୁ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ସମୟରେ  ଅତିରିକ୍ତ ଟ୍ରେନିଂ ଅଫିସର ଶୈଲଜା ବେହେରା, ଏମ ବୈଦିକ ଓ ଅନ୍ୟାନ୍ୟ ଅନୁଷ୍ଠାନ ର କର୍ମଚାରୀ ମାନେ ଯୋଗଦାନ କରିଥିଲେ। ପରିଶେଷରେ ସେକ୍ସନ୍ ଅଫିସର ତ୍ରିଲୋଚନ ଭୂଏ ଧନ୍ୟବାଦ ଅର୍ପଣ କରିଥିଲେ।  ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,  ୩୧/୫/୨୦୨୧--୪,୪୦   
Sakhigopal News,31/5/2021

ads

Blog Archive

Popular Posts