ads

Breaking News

ଡେଲାଙ୍ଗରେ ବିଜେଡି ମହିଳା ନେତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ଓ ବିଧାୟକ

 


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି,  କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନେ ପ୍ରଚାରକୁ ଯୋରସୋର କରି ସାରିଛନ୍ତି । ବିଜେଡି ପ୍ରଚାରରେ ସବୁଠାରୁ ଆଗରେ ରହିଛି । ବିଜେଡିର ଯୁବ ପ୍ରାର୍ଥୀ  ରୁଦ୍ର ପ୍ରସାଦ ମହାରଥୀଙ୍କୁ ଡେଲାଙ୍ଗ ବ୍ଳକରେ ବିପୁଳ ସମର୍ଥନ ମିଳୁଥିବା ଦେଖାଯାଇଛି । ଯୁବକ, ଯୁବତୀ ମାନଙ୍କ ସହିତ ମହିଳା ମାନେ ଅଧିକ ସଂଖ୍ୟାରେ ସମର୍ଥନ କରୁଛନ୍ତି । ଏହି ଅବସରରେ ଡେଲାଙ୍ଗ ବ୍ଳକ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ଠାରେ ଦୁଇ ହଜାର ମହିଳା ମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଚୌଦ୍ୱାର-କଟକ ନିର୍ବଚନ ମଣ୍ଡଳୀର ପ୍ରଭାତ ରଞ୍ଜନ ବିଶ୍ୱାଳ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନା ସାହୁ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଡେଲାଙ୍ଗ- ପିପିଲି ନିର୍ବାଚନ ମଣ୍ଡଳୀର  ମୁଖ୍ୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଡେଲାଙ୍ଗ ବ୍ଳକ ମହିଳା ସଭାନେତ୍ରୀ ବାସନ୍ତୀ ସାହୁ ପ୍ରମୁଖ ଅନୁଷ୍ଠିତ ସଭାରେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ସ୍ଥାନୀୟ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର ସଭାଟିକୁ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧---୭,୩୦

ads

Blog Archive

Popular Posts