ads

Breaking News

ଡେଲାଙ୍ଗରେ ରୁଦ୍ରଙ୍କୁ ବିପୁଳ ଜନସମର୍ଥନ ମିଳୁଛି

 


ଡେଲାଙ୍ଗ ------ପିପିଲି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରଚାର । ନିର୍ବାଚନ ପ୍ରଚାରରେ ବିଜେଡି ଦଳ ସବୁଠାରେ ଆଗରେ ରହିଛି । ରବିବାର ଡେଲାଙ୍ଗ ବ୍ଳକର  ଅରିଶଲ, ଖେଲାଉର, ଡେଲାଙ୍ଗ କୋଠବାଡ, ସୁଜନପୁର ଓ ବେରବୋଇ ଗ୍ରାମ ପଞ୍ଚାୟତରେ ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭୋଟ ଭିକ୍ଷା ମାଗିଛନ୍ତି । ଗ୍ରାମର ଶହ ଶହ ଯୁବକ ମାନେ ମଟର ସାଇକେଲରେ ବିରାଟ ପଟୁଆରେ  ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଥିଲେ ।  ବିଶେଷ କରି ଗ୍ରାମଞ୍ଚଳରେ ଯୁବକ ମାନଙ୍କ ଠାରୁ ମହିଳା ମାନଙ୍କର ଆଗ୍ରହ ଅଧିକ ପରିଲକ୍ଷିତ ହେଉଥିଲା । ଅଧିକାଂଶ ଲୋକଙ୍କ ପାଦଛୁଇଁ ସେମାନଙ୍କ ଠାରୁ  ରୁଦ୍ର ଆଶୀର୍ବାଦ ନେଉଥିବାର ଦେଖାଯାଇଥିଲା । ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବାଙ୍କିର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସତ୍ୟବାଦୀର  ବିଧାୟକ ଉମାକାନ୍ତ ସାମନ୍ତରାୟ, ଜଟଣୀର ପୁର୍ବତନ ବିଧାୟକ ବିଭୁତି ବଳବନ୍ତରାୟ,  ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ତଥା ବିଜେଡି ଦଳର ବ୍ଳକ ମହିଳା  ସଭାନେତ୍ରୀ ବାସନ୍ତୀ ସାହୁ ପ୍ରମୁଖ ନିର୍ବାଚନ ପ୍ରଚାର ରୋଡଶୋରେ ସାମିଲ ହୋଇଥିଲେ । ବିଭିନ୍ନ ଗ୍ରାମପଞ୍ଚାୟତର ଜନପ୍ରତିନିଧି, ଯୁବକ, ମହିଳା ଗୋଷ୍ଠୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ରୁଦ୍ରଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିବାର ଦେଖାଯାଇଥିଲା । 


 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧---୭,୩୦

ads

Blog Archive

Popular Posts