ads

Breaking News

ସବୁକିଛି ପଛକୁ ପକାଇ ଦେଇ ଘରକୁ ଫେରିଲେ ପିପିଲି ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଦା ଦାଶ


  ପିପିଲି -----ପିପିଲି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଇଛି । ଏହି ଅବସରରେ ତେଇଶିପୁର ଗ୍ରାମର ତଥା ପିପିଲି ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଦା ଦାଶ ବିଜେଡି ଦଳରେ ବା ତାଙ୍କ ପୁରୁଣା ଘରକୁ ଫେରିଛନ୍ତି ।  ସବୁକିଛି ପଛକୁ ପକାଇ ଦେଇ ଏବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ବିଜେଡି ଦଳରେ ଆନନ୍ଦ ଖେଳିଯାଇଛି । ତେଇଶିପୁର ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ଗଣଶିକ୍ଷା ମନ୍ତ୍ରୀ ସମିର ଦାସ, ଚାନ୍ଦବାଲି ବିଧାୟକ ବେମକେଶ ରାୟ, କ୍ଷୁଦ୍ର ନିଗମ ଅଧ୍ୟକ୍ଷ ଚନ୍ମୟ ସାହୁ, ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ତେଇଶିପୁର ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ଦାସ, ସମିତିସଭ୍ୟ ଧରଣୀ ଧର ସାହୁଙ୍କ ସହ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଅଧିକ ସଂଖ୍ୟାରେ ଯେପରି ଭୋଟ ମିଳିବ ସେ ନେଇ ଏକ ଖସଡା ପ୍ରସ୍ତୁତି କରିଥିଲେ । ଅନ୍ୟ ପକ୍ଷେ ଗଦା ଦାଶ ନିଜେ ନିଜ ଘରକୁ ଫେରିଥିବାରୁ କର୍ମୀ ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ପ୍ରକାଶ ପାଇଛି । ସେହିପିର ପିପିଲି ବ୍ଳକର ଉପାଧ୍ୟକ୍ଷ ତଥା କଂଗ୍ରେସ ଦଳର ଜଣେ ଟାଣୁଆ ନେତା ତେଇଶିପୁର ଗ୍ରାମର ଦେବେନ୍ଦ୍ର ରଥ ବିଜେଡି ଦଳରେ ସାମିଲ ହୋଇଥିଲେ । ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧----୮,୪୫

ads

Blog Archive

Popular Posts