ଡେଲାଙ୍ଗରେ ଯୁବକ ମାନେ ରୁଦ୍ରଙ୍କୁ ବିପୁଳ ସମର୍ଥନ କଲେ ; ମଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହେଲେ ଶହଶହ ଯୁବ ଗୋଷ୍ଠୀ ; କଂଗ୍ରେସ ଓ ବିଜେପି ଦଳ ପ୍ରତି ଜନସମର୍ଥନ କମୁଛି
ଡେଲାଙ୍ଗ ------ ପିପିଲି ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତେ ଯୋରସୋର ଜମୁଛି । ନିର୍ବାଚନ ପ୍ରଚାରରେ ବିଜେଡି, କଂଗ୍ରେସ ଓ ବିଜେପି ଦଳର ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ଓ ନେତା ମାନଙ୍କୁ ଧରି ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ନିର୍ବାଚନ ପ୍ରଚାର ସବୁଠାରେ ଆଗରେ ରହିଛି । ଏପରିକି ଡେଲାଙ୍ଗ ଜନସାଧାରଣ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭାବେ ଜନସମର୍ଥନ ମିଳୁଥିବା ଦେଖାଯାଇଛି । ଅନ୍ୟ ଦଳର ପ୍ରାର୍ଥୀ ମାନଙ୍କର ସମର୍ଥକଙ୍କ ସଂଖ୍ୟା କମିବାରେ ଲାଗିଛି । ରୁଦ୍ରଙ୍କ ଭୋଟ ପ୍ରଚାର ରାଲିରେ ଏତେ ସଂଖ୍ୟାର ମହିଳା ପୁରଷ ମାନେ ଖୋଲା ଖୋଲି ଭାବେ ସମର୍ଥନ କରୁଥବା ଦେଖାଯାଇଛି । ଏପରିକି ଗୋଟିଏ ଗୋଟିଏ ଘରୁ ବାପା, ପୁଅ, ଭାଇ ମିଳିତ ଭାବେ ରୁଦ୍ରଙ୍କ ପାଇଁ ପ୍ରଚାର ରେ ସାମିଲ ହୋଇଥିବାର ଦେଖାଯାଇଛି । ମଙ୍ଗଳବାର ଡେଲାଙ୍ଗ ବ୍ଳକର ଗଡମୋଟରୀ, ସାଉରିଆ, ଘନିପୁର, ବେରବୋଇ ରେଞ୍ଚ, ଗୁଆଳିପଡା ଗ୍ରାମ ପଞ୍ଚାୟତରେ ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭୋଟ ପ୍ରଚାର କରିଛନ୍ତି । ଗ୍ରାମର ଶହ ଶହ ଯୁବକ ମାନେ ମଟର ସାଇକେଲରେ ବିରାଟ ପଟୁଆରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଥିଲେ । ବିଶେଷ କରି ଗ୍ରାମଞ୍ଚଳରେ ଯୁବକ ମାନଙ୍କ ଠାରୁ ମହିଳା ମାନଙ୍କର ଆଗ୍ରହ ଅଧିକ ପରିଲକ୍ଷିତ ହେଉଥିଲା । ଅଧିକାଂଶ ଲୋକଙ୍କ ପାଦଛୁଇଁ ସେମାନଙ୍କ ଠାରୁ ରୁଦ୍ର ଆଶୀର୍ବାଦ ନେଉଥିବାର ଦେଖାଯାଇଥିଲା । ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ , ବାଙ୍କିର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜଟଣୀର ପୁର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, ପୁସ୍ପେନ୍ଦ୍ର ସିଂହଦେଓ , ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ , ବିଜୟ କୁମାର ରାଉତରାୟ ଜିଲ୍ଲା ବିଜେଡି ସମ୍ପାଦକ, ସମବାୟ ବିତ୍ତ ଚିତ୍ତିସେନ ନିଶଙ୍କ, ପୂର୍ବତନ ସରପଞ୍ଚ ଆଦିକନ୍ଦ ରାଉତରାୟ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ନିର୍ବାଚନ ପ୍ରଚାର ରୋଡଶୋରେ ସାମିଲ ହୋଇଥିଲେ । ବିଭିନ୍ନ ଗ୍ରାମପଞ୍ଚାୟତର ଜନପ୍ରତିନିଧି, ଯୁବକ, ମହିଳା ଗୋଷ୍ଠୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ରୁଦ୍ରଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିବାର ଦେଖାଯାଇଥିଲା । ଏହି ଶେଭାଯାତ୍ରା ଦେଖିବା ପରେ କଂଗ୍ରେସ ଦଳର କର୍ମୀ ମାନଙ୍କ ମନରେ ହସ ଉଭେଇ ଯାଇଛି । ଯାହାକି ସେମାନଙ୍କ ନିର୍ବାଚନ ପ୍ରଚାରରେ ହାତ ଗଣତି ନିଦ୍ଦିଷ୍ଟ କେତେଜଣଙ୍କୁ ଦେଖିବାକୁ ମିଳୁଛି । ଡେଲାଙ୍ଗରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ସମର୍ଥକ ମାନେ ଏବେ ଅଲେଡା ହୋଇପଡିଛନ୍ତି । ଯାହାକୁ ନେଇ ସେମାନେ ଚୁପ ହୋଇ ବସିରହିଛନ୍ତି । ସେହିପରି ବିଜେପିର ଡେଲାଙ୍ଗରେ ଏକ ଗୋଷ୍ଠୀ ଜନସାଧାରଣଙ୍କୁ ଦେଇଥିବା କଥା ଓ ଅସମୟରେ କେହି ଠିଆ ନ ହେବା ଏହାକୁ ନେଇ ପ୍ରଶ୍ନ ଉଠାଇ ଦଳ ଠାରୁ ଦୂରରେ ରହିଛନ୍ତି । ସେମାନଙ୍କୁ ଅର୍ଥ ଓ ବିଭିନ୍ନ କଥା କହି ଦଳକୁ ଫେରାଇ ନେବା ପାଇଁ ଉଦ୍ଦ୍ୟମ ଜାରି ରଖିଥଲେ ମଧ୍ୟ ସେମାନେ ଆଉ ଦଳକୁ ଫେରିବେ ନାହିଁ ବୋଲି ରୋକଠୋକ କହି ଦେଇଥିବା ଶୁଣିବାକୁ ମିଳିଛି । ସେହିପରି ପିପିଲି ପୁଲିସ ୫୦ ଲକ୍ଷ ଟଙ୍କା ଯେଉଁ ଯୁବକ ମାନଙ୍କ ଠାରୁ ଧରିଲେ ସେମାନଙ୍କ ସହିତ ବିଜେପି ପ୍ରର୍ଥୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଡେଲାଙ୍ଗରେ ବେଶ ଆଲେଚନାର ବିସୟ ବସ୍ଥୁ ହୋଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



