ads

Breaking News

ସତ୍ୟବାଦୀରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ


 ସାକ୍ଷୀଗୋପାଳ --------   ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ କୋଭିଡ-୧୯ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଶକ୍ତି କରଣ କରିବା ସହ ରାଜନୈତିକ କ୍ଷେତ୍ରରେ ୫୦ ଭାଗ ଆସନ ସଂରକ୍ଷିତ କରି ଏକ ଇତିହାସ ସୃଷ୍ଟି କରିଛନ୍ତି ବୋଲି ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ କହିଥିଲେ ।  ଅନ୍ୟ  ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକର ନାରୀନେତ୍ରୀ କନକଲତା ପଣ୍ଡା, ଲକ୍ଷ୍ମୀପିୟା ଦାଶ, ବିନତି ପରିଡା , ଦୀପା ବେହେରା, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଯମୁନା ବେହେରା ଓ କଣାସ ବ୍ଳକର ଉଲ୍ଲାସ ମଣି ସମାନ୍ତରାୟ, କାଦମ୍ବନୀ ସମାନ୍ତରାୟ ପ୍ରମୁଖ ଯୋଗଦେଇ  ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଛି ବିଜେଡି ସରକାର ବୋଲି ନାରୀନେତ୍ରୀ ମାନେ କହିଥିଲେ । ଏହି ଅବସରରେ ସତ୍ୟବାଦୀ ଓ କଣାସ ବ୍ଳକର ୧୦ ଜଣ ଛାତ୍ରୀଙ୍କୁ ଗତ ବର୍ଷ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ପାସ କରିଥିବାରୁ ଆନ୍ତର୍ଜାତୀୟ ମହିଳା ଦିବସରେ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ମହିଳା ସରପଞ୍ଚ, ସମିତିସଭ୍ୟା ଓ ମହିଳା ଗୋଷ୍‌ଠୀର ନେତ୍ରୀମାନେ ଯୋଗଦେଇଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସାମାଜିକ କର୍ମୀ ଶଙ୍କର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧---୫.୪୫--

ads

Blog Archive