ads

Breaking News

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ କ୍ଷୀରୋଦ କୁମାର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିବାସହ ସଂଯୋଜନା କରିଥିଲେ । ସତ୍ୟବାଦୀ ପଞ୍ଚାୟତ ସମିତି ଏହାର ଆୟୋଜକ ରହିଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡିଶା ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା , ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି, ବଡବାବୁ ପ୍ରଫୁଲ କୁମାର ବେହେରାଙ୍କ ସହିତ ସମସ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ , ବ୍ଳକ କର୍ମଚାରୀ ଓ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିଥିଲେ ।ଏହି ଅବସରରେ ନାସା, ଗଳା, କର୍ଣ୍ଣ, ଅସ୍ଥିଶଲ୍ୟ, ମାନସିକ ବିକାର ଗସ୍ତ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରମାଣପତ୍ର ଯୋଗାଇ ଦେବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୪୩୮ ଜଣ ବିଭିନ୍ନ ବିଭାଗରେ ନାମ ପଞ୍ଜିକରଣ କରିଥିବା ବ୍ଳକ ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀଲକ୍ଷ୍ମୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧-----୫,୪୦

ads

Blog Archive