ads

Breaking News

ପପଙ୍ଗା ପାହାଡରେ ଟ୍ରାକିଙ୍କ କ୍ୟାମ୍ପ ଅନୁଷ୍ଠିତ

 
ବରଗଡ଼ ---ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନୈାସେନା ତରଫରୁ ଭେଡେନ ବ୍ଲକର ପପଙ୍ଗା ପାହାଡ ଉପରେ ଟ୍ରାକିଙ୍କ କ୍ଯାମ୍ପ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବାଗତ ନୈାସେନା ଶିକ୍ଷାର୍ଥୀ ମାନଙ୍କୁ ସ୍ବାଗତ କରାଯାଇ ଦେଶମାତୃକାର ସେବାରେ ନୈାସେନାର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ନୈାସେନା ଅଧିକାରୀ ସରୋଜ କୁମାର ନାୟକ ଶିବିର ପରିଚାଳନା କରିଥିଲେ ।  ପଲ୍ଲିଶ୍ରୀ କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ,ଅଧ୍ୟାପକ ସନ୍ତୋଷ ତ୍ରିପାଠୀ , ଅବସରପ୍ରାପ୍ତ ମୁଖ୍ୟ କିରାଣୀ ମୁକୁନ୍ଦ ଚରଣ ରଥ ସମେତ ଅଧ୍ୟାପକ ପ୍ରଦୀପ ପଣ୍ଡା, ପବିତ୍ର ମାହାଣା , ସିଦ୍ଧେଶ୍ବର ପ୍ରଧାନ ,ଡଃ ଶାନ୍ତିଲତା ବାରିକ, ପାୟଲ ସାହୁ , ଶିଶିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୧/୨୦୨୪----୧୨,୪୫ Sakhigopal News,10/11/2024

ads

Blog Archive

Popular Posts