ads

Breaking News

ରେଳ ଦୁର୍ଘଟଣାରେ ସହକାରୀ ଟ୍ରେନ ଚାଳକ ମୃତ୍ୟୁ



ଜଟଣି --- ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅନ୍ତର୍ଗତ ସାଉଥ ମାର୍ଶାଲିଂ ୟାର୍ଡ଼ ସନ୍ତୋଷୀମା ମନ୍ଦିର ସାମନା ରେଳ ଧାରଣାରେ କଟି ରେଳ କର୍ମଚାରୀଙ୍କ ମୁର୍ତ୍ୟୁ ଘଟିଛି l ଘଟଣା ଅନୁସାରେ  ଆଜି ଦିନ ବାରଟାରେ ସହକାରୀ ଟ୍ରେନ ଚାଳକ ଶ୍ରୀକାନ୍ତ କୁମାର ସିଂ,  ବୟସ ଅଠେଇସ  ପିତା; ରାଜକିଶୋର ସିଂହ, ଗ୍ରାମ: ଦେହୁଡି , ଥାନା ; ତରେଇୟା,  ଜିଲ୍ଲା ସାରନ , ବିହାର  ର ବାସିନ୍ଦା  । ଦୀର୍ଘ ଆଠ ବର୍ଷ ହେବ ଭାରତୀୟ ରେଳ ବିଭାଗରେ ଜଣେ  ସହକାରୀ ଲୋକୋପାଇଲଟ ଭାବେ  ଖୋର୍ଦ୍ଧାରୋଡ଼ ମଣ୍ଡଳ ରେ କାର୍ଯ୍ୟ କରୁଥିଲେ l ପ୍ରତେକ୍ଷ ଦର୍ଶୀଙ୍କ କହିବା ଅନୁସାରେ  ଶ୍ରୀ  ସିଂ ପ୍ରତ୍ୟକ ଦିନ ଭଳି ଆଜି ମଧ୍ୟ ସନ୍ତୋଷୀମା ମନ୍ଦିର ପାଖ ଭଡ଼ା ଘରୁ ବାହାରି ରେଳ ଧାରଣା କଡେ କଡେ ନିଜ କାର୍ଯ୍ୟାଳୟ କ୍ରିୟୁ ଲବିକୁ ଡ଼ିଉଟି ବାବଦରେ ଅନୁସନ୍ଧାନ ନିମନ୍ତେ ଯାଉଥିଲେ  l ସେହି ସମୟରେ ସମ୍ମୁଖ ପଟୁ ଗୋଟେ ଟ୍ରେନ  ଦ୍ରୁତଗତିରେ ଆସୁଥିବା ଦେଖି ହଡ଼ ବଡେଇ ଯାଇଥିଲେ l ଧାରଣା କଡ଼ରେ ପଡ଼ିଥିବା ବାଲାସ ରେ ଗୋଡ଼ ଖସି ଯିବାରୁ ଅଣାୟତ୍ତ ହୋଇ ରେଳ ଧାରଣା ଉପରେ ମୁହଁ ମାଡି  ପଡିଯାଇଥିଲେ l  ଟ୍ରେନଟି   ତାଙ୍କ ଉପରେ ମାଡିଜାଇ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା l ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା l ଖବର ପାଇ ଶ୍ରମିକ କଂଗ୍ରେସ ସହ ସଂଯୋଜକ ନିରଞ୍ଜନ ମିଶ୍ର, ଶାଖା ସମ୍ପାଦକ ଏଲ ଡି ମହାନ୍ତି କେନ୍ଦ୍ରୟ ପଦାଧିକାରୀ ଅମିତ କୁମାର ପ୍ରମୁଖ ବହୁ ମାନ୍ୟ ଗଣ୍ୟ ନେତା ଘଟଣା ସ୍ଥଳ ପରିଦର୍ଶନ କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇବା ସହିତ ନିୟମ ଅନୁସାରେ ରେଳ କର୍ତ୍ତୃପକ୍ଷ  ସମପ୍ତ ପ୍ରାପ୍ୟ ଯଥାଶୀଘ୍ର ପୂରଣ କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ l ଖୋର୍ଦ୍ଧାରଡ଼ ରେଳବାଇ ପୋଲିସ ଦତନ୍ତ କାରି ଅଧିକାରୀ  ଭାବେ ଶ୍ରୀ ଅଭିମନ୍ୟୁ ସେଠି ତଦନ୍ତ କରିଥିଲେ l ଦଦନ୍ତ  ପରେ ଶବ ଜବତ କରି ସ୍ଥାନିୟ ରେଳବାଇ ଡାକ୍ତର ଖାନା ଶବ ସରଂକ୍ଷିତ ଗୃହକୁ ପଠାଇଥିଲେ l ତାଙ୍କ ପରିବାର ଲୋକେ ବିହାର ରୁ ଆସିଲେ ଖୋର୍ଦ୍ଧା ହସ୍ପିଟାଲ ରେ ଶବ ବ୍ୟବଛେଦ କାରାଯାଇ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଥିଲେ l ସ୍ବର୍ଗତ ସିଂ ଙ୍କ ବାପା ମା,  ପତ୍ନୀ ମିନୁ ସିଂ ସମେତ ଛୋଟ ଛୋଟ ଦୁଇଟି ପୁଅ ଓ ଝିଅ ଅଛନ୍ତି l ଅତ୍ୟନ୍ତ ମିଳାପି ଓ ଶାନ୍ତ ସ୍ଵଭାବର ବୋଲି ତାଙ୍କ ସହ କର୍ମୀ ଦୀପକ କୁମାର,. ଚନ୍ଦନ ପାଣ୍ଡେ , ମନରଞ୍ଜନ କୁମାର , ମୁନା କୁମାର ପ୍ରମୁଖ କୋହ ଭରା କଣ୍ଠ ରେ ପ୍ରକାଶ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୭/୨୦୨୪----୮,୫୫ Sakhigopal News,11/7/2024

ads

Blog Archive

Popular Posts