ads

Breaking News

ସତ୍ୟବାଦୀ ରେ ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ ଅନୁଷ୍ଠିତ


      
 ସାକ୍ଷୀଗୋପାଳ------- ସତ୍ଯବାଦୀ ରେ ମହର୍ଷି ବ୍ୟାସଦେବଙ୍କ ପୂଣ୍ୟ ଜନ୍ମତିଥି ତଥା ପବିତ୍ର ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ଲୋକକଳାଗ୍ରାମ ପରିଷଦ ଆୟୋଜନରେ ବାଇଁଶିବାଡିର ପ୍ରଖ୍ୟାତ ସଂକୀର୍ତ୍ତନ, ପାଲା ଓ ଲୋକନୃତ୍ୟ ଗୁରୁ ଶ୍ରୀ କୁଳମଣି ବିଶ୍ଵାଳଙ୍କ  ଶିଷ୍ୟ ମାନେ ଗୁରୁପୂଜନ  ଗ୍ରାମର ଭାଗବତ ଗାଦିଘର ଠାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବିଶ୍ଵାଳଙ୍କ ପାଖରୁ ଶିକ୍ଷା ଗ୍ରହଣ କରି କଳାଜଗତରେ ପ୍ରତିଷ୍ଠିତ ଶତାଧିକ ଶିଷ୍ୟ ମାନେ  ଗୁରୁଙ୍କୁ ପାରମ୍ପରିକ ରୀତିରେ ପୂଜା କରିଥିଲେ।  ଗୁରୁ ଶ୍ରୀ ବିଶ୍ଵାଳ ସମସ୍ତଙ୍କର ମଙ୍ଗଳମୟ ଭବିଷ୍ୟତ କାମନା କରିଥିଲେ ଶିଷ୍ୟ ମାନଙ୍କୁ ଆଶିର୍ବାଦ ଦେଇଥିଲେ । ଶିଷ୍ୟ ଭାସ୍କର ସ୍ଵାଇଁ,ଜୟନ୍ତ ବିଶ୍ଵାଳ, ସୁଦର୍ଶନ ପରିଡ଼ା, ଅଭିମନ୍ୟୁ ନାୟକ, ଦୁର୍ଯ୍ୟୋଧନ ପରିଡ଼ା, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଶିବ ପ୍ରସାଦ ସ୍ଵାଇଁ ଓ ରମେଶ ଚନ୍ଦ୍ର ଦାସଙ୍କ ସହିତ ଅନ୍ୟ ଶିଷ୍ୟ ଗୁରୁପୂଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଆୟୋଜକ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ଓ ସଦସ୍ୟ ରବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୭/୨୦୨୩----୭,୪୫ Sakhigopal News,21/7/2024

ads

Blog Archive

Popular Posts