ads

Breaking News

ରେମଣ୍ଡା ଗ୍ରାମରେ ମା ଜଳମଡିଏନ ଦେବୀଙ୍କର ପ୍ରତିଷ୍ଠା ଉତ୍ସବ ପାଳିତ

 
 ବରଗଡ଼ ---- ରେମଣ୍ଡା ଗ୍ରାମରେ ମା ଜଳମଡିଏନ ଦେବୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କୃଷ୍ଣଚନ୍ଦ୍ର ପଟେଲଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀ ପଟେଲ  କର୍ତ୍ତା କର୍ତ୍ତି ଦାୟିତ୍ୱ ତୁଲାଇ ଥିଲେ।ପୁରୋହିତ ଭାବରେ ପଣ୍ଡିତ ଭୁବନେଶ୍ୱର ଶତପଥୀ ଓ ପଣ୍ଡିତ ଗଙ୍ଗାଧର ପଣ୍ଡା ପୂଜା କାର୍ଯ୍ୟ ରିତିନୀତି ଅନୁସାରେ ତୁଲାଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ  ଅରୁଣ ପଟେଲ, ବାବୁଲାଲ ପଟେଲ, ରାଜମୋହନ ପଟେଲ, ବାଲକୃଷ୍ଣ ପଟେଲ, ଜପେଶ୍ବର ପଧାନ,ପାଣ୍ଡବ କର,ଗଜାନନ ପଟେଲ, ପଞ୍ଚାନନ ପଟେଲ, ବାବୁଲାଲ ପଟେଲ,ମକୁନ୍ଦ ମହାରଣା ,ସତ୍ୟବାନ ପଟେଲ ,ପୁରନ୍ଦର ପଟେଲ, କୁମ୍ଭାର ପଡା ଓ ମାଳି ସମାଜର ସମସ୍ତେ ସାହାଯ୍ୟ, ସହଯୋଗ କରିଥିଲେ।ଏହି ସମୟରେ ଭକ୍ତ ମାନଙ୍କପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା।ଏ ଅବସରରେ   ନରସିଂହ ମହିଳା ସଂକୀର୍ତ୍ତନ୍ୟ ପରିବେଷିତ ହୋଇଥିଲା।ଏହି ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମା ଜଳମଡିଏନ ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୭/୨୦୨୪----୧୦,୪୦ Sakhigopal News,9/7/2024

ads

Blog Archive

Popular Posts