ads

Breaking News

କୁଟୁମ ଅନୁଷ୍ଠାନ ସହଯୋଗରେ ଚିକିତ୍ସାଧୀନ ରୋଗୀଙ୍କୁ ମିଳିଲା ରକ୍ତ


ବରଗଡ଼ ---  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଁଲାପାଲି ର ଗୋବିନ୍ଦ ବିଶ୍ଵାଳ ଧର୍ମପତ୍ନୀ ଭାରତୀ ବିଶ୍ଵାଳ ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲରେ ଚିକିତ୍ସାଧିନ ହେଉଛନ୍ତି। ଭାରତୀ ଙ୍କ ହେମୋଗ୍ଲୋବିନ କମ ଥିବାରୁ, ଡାକ୍ତର ତାଙ୍କୁ ଗୋଟିଏ ୟୁନିଟ୍ ରକ୍ତ ଯୋଗାଡ ପାଇଁ ପରାମର୍ଶ ଦେଇ ଥିଲେ। ବର୍ତ୍ତମାନ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ରେ ବି ପୋଜିଟିଭ ରକ୍ତ ଅଭାବ ଥିବାରୁ  ରକ୍ତ ଯୋଗାଡ଼ ହୋଇ ପାରିଲା ନାହିଁ। କୌଣସି ଉପାୟ ନ ପାଇଁ ଶେଷରେ ଭେଡେନ ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ସୁନା ଙ୍କ ସହିତ ଯୋଗାଯୋଗ କରିଥିଲେ । ଆନନ୍ଦ ସୁନା ସାର ଅମୃତ କୁଟୁମ୍ ର ସକ୍ରିୟ ସଦସ୍ୟ ତାଲମେଣ୍ଡା ସମିତି ସଭ୍ୟ ସଦାନନ୍ଦ ଭୋଇ ଓ ଗୋପାଳ ଭେସରା ଭାଇଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ପଠାଇ ଥିଲେ ।  ସେଠାରେ ଗୋପାଳ ଭେସରା ଭାଇ ଗୋଟିଏ ୟୁନିଟ୍ ବି ପୋଜିଟିଭ ରକ୍ତ ଦାନକରି ଥିଲେ। ଗୋପାଳ ଭାଇ ରକ୍ତ ଦାନକରି କରି ଥିବାରୁ ଅମୃତ କୁଟୁମ୍ ସଭାପତି ଆନନ୍ଦ ସୁନା ସମେତ ସମସ୍ତ ସଦସ୍ୟ ମାନେ ଗୋପାଳ ଭେସରା ଭାଇ  ଓ ସଦାନନ୍ଦ ଭୋଇଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାକୁ କହନ୍ତି ସ୍ବେଛାସେବୀ ସଂଗଠନ। ଯେଉଁ ସଂଗଠନ ପରର ସାହାଯ୍ୟରେ ଆସିଲା ସେ ସଂଗଠନକୁ ଭଗବାନ ସାହା ହେବେ ବୋଲି ଗୋବିନ୍ଦ ବିଶ୍ବାଳ କହନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୭/୨୦୨୪----୭,୪୫ Sakhigopal News,20/7/2024

ads

Blog Archive

Popular Posts