ads

Breaking News

ଯାଦବ ସମାଜ ପକ୍ଷରୁ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କୁ କଲ୍ୟାଣ ମଣ୍ଡପ ପାଇଁ ଅନୁରୋଧ

 


 ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମ ପଞ୍ଚାୟତର ଯାଦବ ସମାଜ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ ପାଇଁ ଅନୁରୋଧ କରାଯାଉଛି।
 ଯାଦବ ସମାଜ ର ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା, ଅର୍ଥନୈତିକ ଅଭିବୃଦ୍ଧି ପାଇଁ କିପରି ସାହାଯ୍ୟ ପାଇବେ ଓ ସମାଜ ର ଉନ୍ନତି ପାଇଁ  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆସୁଥିଲେ  ମଧ୍ୟ  ଯାଦବ ସମାଜକୁ  ସୁବିଧା ମିଳୁନାହିଁ।  ଆଜି  ଯାଦବ ସମାଜ ର ସଭାପତି ତେଜରାଜ ଭୂଏ ଙ୍କ ସଭାପତିତ୍ବ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ରମାକାନ୍ତ ବଗର୍ତ୍ତୀ, କିଶୋର ବଗର୍ତ୍ତୀ, ସନ୍ତୋଷ ଗହୀର ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ମାନେ  ବୈଠକରେ ଯୋଗ ଦେଇଥିଲେ।  ସର୍ବ ସମ୍ମତି କ୍ରମେ ସଭାପତି ବରଗଡ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ  ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଙ୍କ ନିକଟରେ ଦାବୀ ଉପସ୍ଥାପନ ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ସମୟରେ ଯାଦବ ସମାଜ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୭/୨୦୨୪----୯,୫୦ Sakhigopal News,9/7/2024

ads

Blog Archive

Popular Posts