ads

Breaking News

ଖଣ୍ଡପଡ଼ା ବ୍ଲକରେ ବିଧବା ଭତ୍ତା, ମାତୃମଙ୍ଗଳ ଯୋଜନା ଓ ହରିଶ୍ଚନ୍ଦ୍ରଯୋଜନା ମିଳୁ ନାହଁ , ସ୍ୱାମୀ ମୃତୁର ବର୍ଷକ ପରେ ବି ମିଳୁନି ସହାୟତା




ନୟାଗଡ଼  ---
ଗ୍ରାମାଞ୍ଚଳ ହେଉ ଅବା ସହାରାଞ୍ଚଳ ହେଉ ଲୋକଙ୍କ ପାଇଁ ସର କାର ବହୁ ଜନ କଲ୍ୟାଣ କାରୀ ଯୋଜନା କରିଛନ୍ତି।  ବାର୍ଧ୍ୟକ୍ୟ ଭତ୍ତା, ସ୍ୱାମୀ ମୃତ୍ୟୁ ପରେ ବିଧବା ଭତ୍ତା, ହରିଶନ୍ଦ ଯୋଜନା ଓ ମାତ୍ରୁ ମଙ୍ଗଳ ଯୋଜନା ମିଳୁ ନାହଁ ।‌  ସ୍ଥାନୀୟ ପଂଚାୟତ ଅଧିକାରି ଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ୍ ଦୌଡି ଦୌଡି ନିରାଶ ହୋଇଛନ୍ତି ହିତାଧିକାରୀ। ଅନ ଲାଇନ ରେ ଆପ୍ଳାଇ କରି ମାସ ମାସ ଧରି ଏପରିକି ବର୍ଷ ବର୍ଷ ଧରି ଅପେକ୍ଷାରେ ରହୁଛନ୍ତି ହିତାଧିକାରୀ । ପଚାରିଲେ ଉତ୍ତର ମିଳୁଛି ହେଇଯିବ, ଆର ମାସରେ ପାଇବ । ଖାଲି ସମ୍ବୋଧନ ଛଡ଼ା ଆଉ କିଛି ନାହିଁ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଲଭଦ୍ର ପ୍ରସାଦ ପଞ୍ଚାୟତରେ। ବଳଭଦ୍ର ପ୍ରସାଦ ଗାଁର ରଶ୍ମିତା ନାଏ କ ଙ୍କ ସ୍ୱାମୀ ପବିତ୍ରଙ୍କର ମୃତ୍ୟୁ  ୨୧-୫-୨୦୨୩ ହୋଇଥିଲା । ତାଙ୍କୁ ପରିବାର ମଙ୍ଗଳ ଯୋଜନା ଟଙ୍କା କି ହରିଶ୍ଚନ୍ଦ୍ର ଟଙ୍କା ମିଳି ନାହିଁ। ଏହି ପରି ବଳଭଦ୍ର ପ୍ରସାଦ ଗ୍ରାମର ପ୍ରମିଳା ଦଳେଇ ଙ୍କ ସ୍ୱାମୀ ବସନ୍ତ ଦୀର୍ଘ୍ ଏକ ବର୍ଷ ହେଲା ମୃତ୍ୟୁ ହୋଇ ଥିଲେ ମଧ୍ୟ ବିଧବା ଭତ୍ତା ହରିଶ୍ଚନ୍ଦ୍ର,ସହାୟତା କି ମଙ୍ଗଳ ଯୋଜନା ରେ ଆର୍ଥିକ ସହାୟତା ପାଈ ନାହାନ୍ତି। ଏହି ପରି ବଳଭଦ୍ର ପ୍ରସାଦ ଗ୍ରାମର ଟିକିନା ଦଳେଇ ଦୁଇ ବର୍ଷ ହେଲା ମୃତ୍ୟୁ ହୋଇ ଥିଲେ ମଧ୍ୟ ତାଙ୍କ ପରି ବାର ଙ୍କୁ ହରିଶ୍ଚନ୍ଦ୍ର ସହାୟତା ମିଳିନି। ନୂଆପଡ଼ା ଗ୍ରାମର ପ୍ରତିମା ସାହୁ ପରିବାର ମଙ୍ଗଳ ଯୋଜନା ରୁ ମଧ୍ୟ ବଞ୍ଚିତ ରହିଛନ୍ତି। ଏଠି ପ୍ରଶ୍ନ ଉଠିଛି ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କିତ ଖବର ଜାଣିଛନ୍ତି  ନାହିଁ । ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ସରକାର ଅନ ଲାଇନ ସୁବିଧା କରି ଥିଲେ ମଧ୍ୟ ଯୋଜନା ର ଦାଇତ୍ୱ ରେ ଥିବା କର୍ମ ଚାରି ଓ ଅଧିକାରି ଙ୍କ ଦାଇତ୍ୱ ହିନ ତା ଯୋଗୁ ଶୁ ଫଳ ପାଉ ନାହାନ୍ତି ହିତାଧିକାରୀ । ଏଣୁ ଏ ଦିଗରେ ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୭/୨୦୨୪----୮,୪୫ Sakhigopal News,25/7/2024

ads

Blog Archive

Popular Posts