ads

Breaking News

ଦୁର୍ଘଟଣାରେ ନୃତ୍ୟ ଶିକ୍ଷକ ଗୁରୁତର

ସାକ୍ଷୀଗୋପାଳ,----- ସତ୍ୟବାଦୀ ଥାନା ଅନ୍ତର୍ଗତ ମହାମାୟା ଛକ ତଥା ୩୧୬ନଂ ଜାତୀୟ ରାଜପଥ ଓଭରବ୍ରିଜ ଶେଷ ଭାଗରେ ମଟର ସାଇକେଲ ସହ ମଟର ସାଇକେଲ ଧକ୍କା ହେବାରୁ ନୃତ୍ୟ ଗୁରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଘର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ବୋଲି ଜଣାପଡିଛି। ତାଙ୍କ ନାମ ଶିବାଶିଷ ମିଶ୍ର । ତାଙ୍କୁ ସ୍ଥାନୀୟ ଯୁବକମାନେ ସାକ୍ଷୀଗୋପାଳ ମେଡିକାଲ କୁ ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଛଅନଂ ମେଡିକାଲ କୁ ପଠାଯାଇଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ ଛକ ନିକଟସ୍ଥ ସରକାରୀ ମଦ ଦୋକାନ ଥିବାରୁ ସବୁଦିନ ଦୁର୍ଘଟଣା ଘଟି ଚାଲିଥିବା ଜଣାପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ସାଧାରଣ ରେ ଦାବି ହେଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୭/୨୦୨୪---୮,୪୫ Sakhigopal News,26/7/2024

ads

Blog Archive

Popular Posts