ads

Breaking News

ସତ୍ୟବାଦୀ ରେ ଗୋ ଗ୍ରାମ ଓଡିଶା ପକ୍ଷରୁ ଚିକିତ୍ସା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ



     ସାକ୍ଷୀଗୋପାଳ ----ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଜେନା ସାହି ଗୋମାତା ଭବନ ପରିସରରେ ' ଗୋ ଗ୍ରାମ ଓଡିଶା  ' ପକ୍ଷରୁ ଚିକିତ୍ସା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି  । ଗୋ ବଂଶର ସୂରକ୍ଷା, ଗୋପାଳନ ଉପକାରିତା ସଂପର୍କରେ  ଅନୁଷ୍ଠାନର ଅଧ୍ଯକ୍ଷ ତଥା ଗୋ ସେବକ ପ୍ରଦୀପ୍ତ ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜସ୍ଵ ମତ ରଖିଥିଲେ । ବିଭିନ୍ନ ଗ୍ରାମ ରୁ ଶିବିରରେ ୩୫ ଜଣ ଆଣ୍ଠୁ ଗଣ୍ଠି ବାତ ରୋଗରେ ପିଡୀତ ମହିଳା ଓ ପୁରୁଷଙ୍କର ଚିକିତ୍ସା କରାଯାଇ ଥିଲା  । ବିଶେଷ କରି ମହିଳା  ମାନଙ୍କୁ ଆର୍ଥିକ ଦିଗରୁ ସ୍ୱାବଲମ୍ବୀ କରିବା ଲକ୍ଷରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା  । ଏଥିରେ ପ୍ରଶିକ୍ଷକ ଭାବେ ପଞ୍ଚଗବ୍ୟ ଡାକ୍ତର ସୁଶାନ୍ତ କୁମାର ନାୟକ ଯୋଗଦେଇ   ଗାଈ ଗୋବରରୁ ଦୀପ, ଧୂପକାଠି, ପଞ୍ଚଗବ୍ୟ ସାବୁନ ଓ ଗୋମୁତ୍ର  ଅର୍କ ଆଧାରିତ ବାସ୍ତୁ ଫିନାଇଲ ପ୍ରସ୍ତୁତ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ୧୮ ଜଣ ମହିଳା ତାଲିମ ନେଇଥିଲେ। ଆଗାମୀ ଦିନରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିପରି ଶିବିରର ଆୟୋଜନ କରାଯିବ ବୋଲି ସଂଯୋଜକ ତିରୁପତି ଜେନାଙ୍କ ଠାରୁ ସୁଚନା ମିଳିଛି। ଏହି ଶିବିରରେ ଅନ୍ଯମାନଙ୍କ ମଧ୍ଯରେ ଗୋ ସେବିକା ସଙ୍ଗିତା ମହାନ୍ତି, ପ୍ରଶାନ୍ତ ଭାଇ ଓ ସରୋଜ ଭାଇ ପ୍ରମୁଖ ଯୋଗ ଦେଇଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୭/୨୦୨୪-----୭,୩୫ Sakhigopal News,22/7/2024

ads

Blog Archive

Popular Posts