ads

Breaking News

ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଠକେଇ ସମ୍ପର୍କରେ ସଚେତନତା

 
ବରଗଡ଼ ---ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ ପକ୍ଷରୁ ଏକ ରଥ ଡିଏପପି ନିବେଦିତା ସୋରେନ ଙ୍କ ନେତୃତ୍ବରେ ରେମଣ୍ଡା ଗ୍ରାମରେ ସଚେତନତା ବାର୍ତ୍ତା ପ୍ରଚାରିତ ହୋଇଥିଲା । ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଡିଏସପି ନିବେଦିତା ସୋରେନ, ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ, ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର ସାଇବର କ୍ରାଇମ ଠକାମି ରେ ନପଡ଼ିବେ, ମୋବାଇଲ ର ବ୍ୟବହାର, ଓଟିପି ସେଆର ବିଷୟରେ ବିସ୍ତୃତ ଭାବରେ ଅଧିକ ସୂଚନା ପ୍ରଦାନ କରିଥିଲେ ।ଏହି ସମୟରେ ଭେଡେନ ଥାନା ର କନେଷ୍ଟବଲ ହରିଶ ଦାଶ ସାଇବର କ୍ରାଇମ ଉପରେ ଏକ ସୁନ୍ଦର କବିତା ପାଠ କରିଥିଲେ। ଏହି ସାଇବର ସଚେତନତା କାର୍ଯ୍ୟକ୍ରମ ରେ ରେମଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଭେଡେନ ଥାନାର ସବଇନ୍ସପେକ୍ଟର ଦୟାନିଧି ପାତ୍ର, ଧନେଶ୍ଵର ସାହୁ ଓ କନେଷ୍ଟବଲ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୦/୨୦୨୩----୭,୩୫ Sakhigopal News,3/10/2023

ads

Blog Archive

Popular Posts