ads

Breaking News

ସତ୍ୟବାଦୀ ବ୍ଳକରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ; ୩୧ ଗୋଟି ଅଭିଯୋଗ ଦାଖଲ



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଭବତାରଣ ସାହୁ ଉପଜିଲ୍ଲାପାଳଙ୍କ ତତ୍ୱବଧାନରେ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଆବାସ ଯୋଜନା, ଭର୍ତ୍ତା, ବିଦ୍ୟୁତ, ଉଦ୍ୟାନ ବିଭାଗ, ଯୋଗାଣ ବିଭାଗ, ବସୁଧା ଜଳ ଯୋଗାଣ ଆଦି ବିଭାଗ ଉପରେ ଅଭିଯୋଗ ଆସିଥିଲା ।  ସେବକସାହି ସହିତ ବିଭିନ୍ନ ଗ୍ରାମରେ ବସୁଧାଧାରା ଯୋଜନାର ଠିକାଦାର ଗ୍ରାମ ରାସ୍ତା ଗୁଡିକ ଖୋଳି ଦେଇ ପଲାଇଛି । ଯାହାକି ଲୋକମାନେ ଯିବା ଆସିବା କରିବା ବହୁ କଷ୍ଟକର ହୋଇ ପଡିଛି ବୋଲି ବିଜୟ କୁମାର ନନ୍ଦ ଅଭିଯୋଗ ଆଣିଥିଲେ । ସେହିପରି ସାରଙ୍ଗଯୋଡି ଗ୍ରାମର ସୁଲଚନା ବେହେରା ଆବାସ ଯୋଜନାରୁ ବଞ୍ଚିତ । ସେ ପାଇବା ପାଇଁ ହକଦାର ହୋଇଥିବା ବେଳେ ଥ୍ରିମ୍ୟାନ କମିଟି ଭୁଲ ରିର୍ପୋଟ ଦେବାରୁ ସେ ଆବାସ ଯୋଜନାରୁ ବଞ୍ଚିତ ବୋଲି ଜନଶୁଣାଣୀ ସମୟରେ କାନ୍ଦି କାନ୍ଦି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ସେହିପରି ସାଣ୍ଢରା ଗ୍ରାମର ଝୁ୍‌ମ୍ପା ବେହେରା, ପରହାଟ ଗ୍ରାମର ହାଲୁ ପ୍ରଧାନ ଆବାସ ଯୋଜନା ପାଇବା ପାଇଁ ଅଭିଯୋଗ ଆଣିଥିଲେ । ରାୟଖଣ୍ଡି ଗ୍ରାମର ନରହରି ସିଂ ମୋ ଘର ଯୋଜନାରେ ପାଇଥିବା ବେଳେ ତାଙ୍କୁ ରାୟଖଣ୍ଡି ରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଋୁଣ ଦେଉନଥିବାରୁ ଜନଶୁଣାଣିରେ ଅଭିଯୋଗ ଆଣିଛନ୍ତି । ଏହି ଜନଶୁଣାଣୀରେ ଏଡିଏମ କୌଳାସ ଚନ୍ଦ୍ର ନାୟକ,  ଡେପୁଟୀ ଜିଲ୍ଲାପାଳ ଜନଶୁଣାଣୀ ପ୍ରିୟଦର୍ଶନୀ ମଲ୍ଲିକ,  ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଡିଆରଡିଓର ସହକାରୀ ଯନ୍ତ୍ରୀ ବିମଳ ଚନ୍ଦ୍ର ତିରିଆ,  ବିଡିଓ ଲୋଚନ ଦାସ, ପିପିଲି ଏସଡିପିଓ ବିରଞ୍ଚି କୁମାର ପତି ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଠାରୁ ଜନଶୁଣାଣୀ କରିଥିଲେ । ବିଶେଷ କରି ଉପଜିଲ୍ଲାପାଳ ଭତ୍ତୟା ବଣ୍ଟନରେ ପାତର ଅନ୍ତର ଓ ଭର୍ତ୍ତା ତୁରନ୍ତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ଳକର ଭର୍ତ୍ତା ଦାୟତ୍ୱରେ ଥିବା ଅଧିକାରିଣୀଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ।  ଜନଶୁଣାଣି ଶିବିରରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ମିଶନଶକ୍ତି, ଭର୍ତ୍ତା, ଆବାସ ଯୋଜନା, କୃଷି ପୋଲିସ ଆଦି ଭିବାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଷଲ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୦/୨୦୨୩----୮,୧୦

ads

Blog Archive

Popular Posts