ସାରଙ୍ଗଯୋଡି ପୁରୀ ଜିଲ୍ଲାର ଲୋକକଳାଗ୍ରାମ ଘୋଷିତ ହେବାର ୫ମ ବର୍ଷ ପୂର୍ତ୍ତି ପାଳନ
ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ କୁ ପୁରୀ ଜିଲ୍ଲାର ଲୋକକଳାଗ୍ରାମ ଘୋଷିତ ହେବାର ୫ମ ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପୁରୀ ଜିଲ୍ଲା କଳାସଂସ୍କୃତି ସଂଘ ଏବଂ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସାରଙ୍ଗଯୋଡି ଗୋପବନ୍ଧୁ ମଣ୍ଡପ ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି।ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କଳାସଂସ୍କୃତି ସଂଘ ଉପସଭାପତି ବସନ୍ତ କୁମାର ପ୍ରଧାନ,ନିମାପଡା ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ପବିତ୍ର କୁମାର ପ୍ରଧାନ ଉତ୍ସବରେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଲୋକକଳାକାର ମାନଙ୍କର ଉନ୍ନତି ପାଇଁ ସରକାରଙ୍କର ଆଭିମୁଖ୍ୟ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମବେତ କଳାକାର ମାନଙ୍କୁ ସୁଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବ୍ଲକର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ମାନଙ୍କ ଉପସ୍ଥିତିରେ ଗୁରୁ ସଦାନନ୍ଦ ପ୍ରଧାନ ହରିନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ।ଶେଷରେ କୁମର ବାରିକ ଓ ସାଥିଙ୍କ ଦ୍ଵାରା ଦାସକାଠିଆ ଏବଂ ଗାୟକ ବିଜୟ ପଟ୍ଟନାୟକ ଓ ସାଥିଙ୍କ ଦ୍ଵାରା ପାଲା ପରିବେଷଣ କରାଯାଇଥିଲା।ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ସଂପାଦକ ତଥା ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦର ସହଯୋଗ ରେ ଉତ୍ସବଟି ଅତ୍ୟନ୍ତ ସରସସୁନ୍ଦର ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୦/୨୦୨୩----୯,୨୫ Sakhigopal News,2/10/2023



