ads

Breaking News

ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ



 ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୧୫୪ତମ ଗାନ୍ଧୀ ଜୟନ୍ତୀ ଓ ୧୧୯ ତମ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଶିଶୁ ଭଉଣୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା। ଏହି  ବିଦ୍ୟାଳୟର ବରିଷ୍ଠ ଗୁରୁଜୀ  କାଳିଚରଣ ହୋତା ମୁଖ୍ୟ ଅତିଥି ଓ ସୁଶ୍ରୀ ରିଙ୍କି ଭୂଏ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ  ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶ୍ରୀମତୀ ଶ୍ରୁତି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁଶ୍ରୀ ରିଙ୍କିରାଣୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୦/୨୦୨୩---୯,୧୦ Sakhigopal News,2/10/2023

ads

Blog Archive

Popular Posts