ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ମହାତ୍ମା ଗାନ୍ଧୀଙ୍କର ଜନ୍ମ ବାର୍ଷିକୀ ପାଳିତ
ଜଟଣୀ -----ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ “ମହାତ୍ମା ଗାନ୍ଧୀଜୀ”ଙ୍କ ସ୍ମରଣ ରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ. ଏସ. ବାଜୱା , ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶାଖା ଅଧିକାରୀ ତଥା ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ଵଚ୍ଛତା ପଖୱାଡା ପାଳନ ସମୟରେ ରେଳ କର୍ମଚାରୀଙ୍କ ପିଲାଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସ୍ଵଚ୍ଛତା ପଖୱାଡା ସମାପନ ସମାରୋହରେ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ବିଜେତାମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ସ୍ଵଚ୍ଛତା ପଖୱାଡା ସମୟରେ ସେମାନଙ୍କ ଅମୂଲ୍ୟ କାର୍ଯ୍ୟ ପାଇଁ ହାଉସ କିପିଙ୍ଗ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା |
ଏହି ଅବସରରେ ସ୍ଵଚ୍ଛତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଖୋର୍ଦ୍ଧା ରୋଡ଼ ସ୍କୋଟ୍ସ ଏବଂ ଗାଇଡ୍ସ, ପିଲାମାନେ “ସ୍ୱଚ୍ଛ ଭାରତ” ଉପରେ ଏକ ନୁକ୍କଡ୍ ନାଟକ ପ୍ରଦର୍ଶନ କରିଥିଲେ। ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ ବନ୍ଦ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ବିକ୍ରେତା ଏବଂ ଯାତ୍ରୀଙ୍କୁ ସୂତା ବ୍ୟାଗ ବଣ୍ଟନ କରାଯାଇଥିଲା।
ପରେ ଶ୍ରୀ ଏଚ୍.ଏସ୍.ବାଜୱା, ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନର ସଦସ୍ୟ, ଅଧିକାରୀ, କର୍ମଚାରୀ ଏବଂ ସ୍କାଉଟ୍-ଗାଇଡ୍ ପିଲାମାନେ ସ୍ୱଚ୍ଛତା ସ୍ଲୋଗାନ ଦେଇ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଏକ ସଚେତନତା ରାଲିରେ ଯାଇଥିଲେ।




