ads

Breaking News

ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ




ନୟାଗଡ଼ : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି  । ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଥ‌ିବା ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରାଯାଇଥିଲା । ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥ୍ୟ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଆରକ୍ଷୀ ଅଧ୍ୟକ୍ଷକ ରାହୁଜ ଜୈନ ପ୍ରମୂଖ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟକାର ଡ. ବିଜୟ କୁମାର ଚୌଧୁରୀ ଯୋଗ ଦେଇ ଗାନ୍ଧୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବିନ୍ଧା ମହମ୍ମଦ ଓମର ମଲ୍ଲିକ ଗାନ୍ଧୀ ବାଦ ଓ ଗାନ୍ଧୀ ଦର୍ଶନ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥ୍‌ ଡ. ସାହୁ ଗାନ୍ଧୀଙ୍କ ବିଷୟରେ ତର୍କ ଓ ବିତର୍କର ପରିସୀମା ବୃଦ୍ଧି ପାଇଥିବା କହିଥିଲେ । ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିଙ୍କ ଅବସାନ ଘଟିଲେ, ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହୁଏ ବୋଲି ମତ ରଖୁଥିଲେ । ଗାନ୍ଧୀଙ୍କର କେବଳ ଜନ୍ମ ଅଛି, ଯେ ପର୍ଯ୍ୟନ୍ତ ଗାନ୍ଧୀବାଦ ଅଛି ସେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନାହିଁ ବୋଲି ବିଧାୟକ କହିଥିଲେ । ଏହି ଅବସରରେ ସର୍ବଧର୍ମା ସଭା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପରିଚାଳନା କରିଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୧୦/୨୦୨୩----୮,୫୫ Sakhigopal News,2/10/2023

ads

Blog Archive

Popular Posts