ads

Breaking News

ଭଞ୍ଜନଗର ରେ ମହିଳା ଗୋଷ୍ଠୀ ମାନଙ୍କୁ ତାଲିମ ଶିବିର



ଭଞ୍ଜନଗର - ମହିଳା ମାନଙ୍କୁ ଶସକ୍ତିକରଣ ଏବଂ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଏକ ସଚେତନତା  ଶିବିର  ଭଞ୍ଜନଗର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନ କାର୍ଯ୍ୟକ୍ରମ ରେ  ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ପ୍ରଦାନ ଏବଂ ସୁଧ ପ୍ରଦାନ ସଂକ୍ରାନ୍ତରେ ସଚେତନ କରାଯାଇଥିଲା । ଏହା ବ୍ୟତୀତ  ବ୍ୟାଙ୍କ ଲିଙ୍କେଇଜ୍ , ଇଣ୍ଟରନେଟ ସୁବିଧା ,  ମମତା ଯୋଜନା , ବିଏସକେଓ୍ବାଇ ଯୋଜନା , ସ୍କୁଟି ଋଣ ଯୋଜନା ଏବଂ ବିଭିନ୍ନ ସରକାରୀ ଯୋଜନା ର ଉପଯୋଗ ସଂକ୍ରାନ୍ତରେ ତାଲିମ୍ ଏବଂ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ , ଏବିଡିଓ , ସିଡିପିଓ ବିଷ୍ଟୁପ୍ରିୟା ସେଠୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ୧୧୫ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୭/୨୦୨୩----୯,୪୫ Sakhigopal News,11/7/2023

ads

Blog Archive

Popular Posts