ads

Breaking News

ମହା ଆଡମ୍ବରରେ ସରିଲା ବିବାହ ; ଯୌତୁକ ବାବଦକୁ ଏକ ଶହ ଚାରା ପ୍ରଦାନ



  କଟକ--- ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ର କୂଳାସାହି ଗ୍ରାମରେ ବିବାହ ଉତ୍ସବରେ ବର ପକ୍ଷ ର ଏକ ଶହ ଚାରା ଦାବି କରାଯାଇଥିଲା। କନ୍ୟା ଘର ପକ୍ଷରୁ ବର ଘର ଦାବି ଅନୁଯାୟୀ ଏକ ଶହ ଚାରା ପ୍ରଦାନ କରାଯାଇଛି।ବୈଷ୍ଣବ ସାହୁଙ୍କ ପୁତ୍ର ବସନ୍ତ ସାହୁଙ୍କ ସହିତ ସେହି ଗ୍ରାମର ମନୁ ସ୍ବାଇଁଙ୍କ କନ୍ୟା ସୋନା ସ୍ବାଇଁଙ୍କ ସହିତ ବିବାହ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିରେ ଉଭୟଙ୍କର ବିବାହ ଅନୁଷ୍ଠିତ ହେଉଥିଲା ।  ଉଭୟେ ପୁଅ ଓ ଝିଅ ସମାଜ ଓ ପରିବେଶ ପାଇଁ କାମକରୁଥିବାରୁ  ପୁଅ ଘର ତରଫରୁ ଟଙ୍କା ବଦଳରେ ଯୌତୁକ ବାବଦକୁ ଚାରା ମଗାଇଥିଲେ । କନ୍ୟା ଘର ପୁଅ ଘରର ଦାବି ମୁତାବକ ଏକ ଶହ ଚାରା ପ୍ରଦାନ କରିଥିଲେ ।  ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ ରହିଥିବା ବେଳେ ୪୦୦ରୁ ଉର୍ଦ୍ଧ୍ବ ସମାଜସେବୀ ଓ ପରିବେଶବିତ୍ ଉପସ୍ଥିତ ରହି  ପୁଅଝିଅ ଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଂଶସା କରିବା ସହ ସୁଖମୟ ଜୀବନର ଆଶିଷ କାମନା କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୨/୭/୨୦୨୩ ----୧୧, ୫୦ Sakhigopal News,12/7/2023

ads

Blog Archive

Popular Posts