ads

Breaking News

ବିଶ୍ଵ ରେଡକ୍ରସ ଦିବସ ପାଳିତ




ଭଞ୍ଜନଗର, -ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ  ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି।  କଲେଜ ଅଧ୍ୟକ୍ଷ ଡଃ ଜୟରାମ ସେନାପତି ବୈଠକରେ ଅଧ୍ୟକ୍ଷତା କରି ରେଡକ୍ରସ ଦିବସ ସମ୍ପର୍କରେ କହିଥିଲେ।  ଅବସରପ୍ରାପ୍ତ ପ୍ରାଧ୍ୟାପକ ସାତ୍ୟକି ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ଭୂମିକା, ରେଡକ୍ରସର ଉତ୍ପତ୍ତି ସମ୍ପର୍କରେ କହିଥିଲେ। ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ରେଡକ୍ରସ ପ୍ରତିଷ୍ଠାତାଙ୍କୁ ପ୍ରଦାନ କରାଯାଇଥିଲା। ରେଡକ୍ରସ ସଂଯୋଜିକା ମୋନାଲିସା ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।  ଏନ୍ ଏସ୍ ଏସ୍ ସଂଯୋଜକ ପ୍ରେମଚାନ୍ଦ ମାଲିକ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମହାନ୍ତି,,ଶ୍ରୀୟା ପ୍ରଧାନ,ହେମଲତା ଭୋଇ, ଓ ପଙ୍କଜ ଦାଶ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୮/୫/୨୦୨୩---୮,୫୫ Sakhigopal News,8/5/2023

ads

Blog Archive