ads

Breaking News

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବାଇକ୍



ଜଟଣୀ,: ଜଟଣୀ ପୌରାଞ୍ଚଳ ରାମଚନ୍ଦ୍ରପୁର ବଜାରରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଲିଗଲା ବାଇକ୍। ବାଇକ୍ ଟି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଛାତ୍ର ରାହୁଲ ସାହାଙ୍କର ବୋଲି ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ବାଇକ୍ ରୁ ନିଆଁ ଆୟତ୍ତ କରିଥିଲେ। ଘଟଣାନୁଯାୟୀ ଆଜି ମଧ୍ୟାହ୍ନ ୨ଟା ସମୟରେ ରାହୁଲ ମାର୍କେଟକୁ ଜିନିଷ କିଣାକିଣି କରିବାକୁ ଆସିଥିଲେ। ଏହି ସମୟରେ ନିଜ ବାଇକିଟିକୁ ଦୋକାନ ସାମ୍ନାରେ ରଖି ଜିନିଷ କିଣୁଥିବା ସମୟରେ ହଠାତ୍ ବାଇକ୍ ତେଲ ଟାଙ୍କିରୁ ଧୂଆଁ ବାହାରିଥିଲା। ସଙ୍ଗେ ସଙ୍ଗେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଉଠିଥିଲା ବାଇକ୍ ଟି। ଭୟରେ ବାଇକ୍ ପାଖକୁ କେହି ଯାଇ ନଥିଲେ। ଏ ନେଇ ଦମକଳ ବାହିନୀକୁ ଖବର ଦେବା ପରେ କିଛି ସମୟ ଭିତରେ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବାଇକ୍ ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୩---୮,୫୫ Sakhigopal News, 8/5/2023

ads

Blog Archive