ads

Breaking News

ସତ୍ୟବାଦୀରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳିତ , ମହିଳା ମାନଙ୍କ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଚିନ୍ତା କରୁଥିବା ବ୍ୟକ୍ତି ହେଉଛନ୍ତି ;ମୁଖ୍ୟମନ୍ତ୍ରୀ



ସାକ୍ଷୀଗୋପାଳ--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଆନ୍ତର୍ଗାତୀୟ ମହିଳା ସପ୍ତାହ ପାଳିତ ହୋଇଯାଇଛି । ଏହି ସଭାରେ ସତ୍ୟବାଦୀ ଓ କଣାସ ବ୍ଳକର ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଏମପିଙ୍କ ଫିଲସିଫୋର ଅଗ୍ରିମା ଗୁପ୍ତା ଯୋଗଦେଇଥିଲେ । ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟନାରୀ ଅତିଥି ଭାବେ ଯୋଗଦେଇ ଶକ୍ତି ହେଉଛି ଯୁଗ ଯୁଗର ବଡ ଶକ୍ତି । ମହିଳା ମାନଙ୍କ ପାଇଁ ଦିନଓ ରାତିରେ ସ୍ୱପ୍ନ ଦେଖିଥିବା ଜଣେ ମୁଖ୍ୟଢ଼ନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ । ମହିଳା ଗୋଷ୍ଠୀ ମାନଙ୍କୁ ସତ୍ୟବାଦୀ  ବିଧାୟକ କହିଥିଲେ ସମସ୍ତ ମହିଳା ଗୋଷ୍ଠୀ ମାନେ ବ୍ୟାଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ନିବଦେନ କରିଥିଲେ । ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୁରୀ ଜିଲ୍ଲାର ବିଜେଡି ଉପସଭାନେତ୍ରୀ କନକଲତା ପଣ୍ଡା, ସତ୍ୟବାଦୀ ବ୍ଳକ ବିଜେଡି ସଭାନେତ୍ରୀ ପୁଷ୍ପାଞ୍ଜଳି  ବିଶ୍ୱାଳ, ଲକ୍ଷ୍ମୀପିୟା ଦାସ, ହରପିୟା ବେହେରା, ମମତା ସ୍ୱାଇଁ, ମନୋରମା ବେହେରାଙ୍କ ସହିତ ପେଣ୍ଟପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସମାନରାୟ, ପେଣ୍ଠପଡା ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର  ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କର ଉନ୍ନତି ଓ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ମତ ରଖିଥଲେ । ମାତ୍ର ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଲକ୍ଷ୍ୟ ମହିଳା ତଥା ମା ମାନଙ୍କର କିପରି ଉନ୍ନତି ହେବ ସେଥିପାଇଁ ସେ ୫ଟି ସଚ୍ଚିବଙ୍କୁ ଧରି ମହିଳା ମାନଙ୍କ ପାଇଁ ସମସ୍ତ ପ୍ରକାଣର ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି । ସେହିପରି ସତ୍ୟବାଦୀ ବିଧାୟକ ଯେଉଁପରି ଦିନରାତି ସତ୍ୟବାଦୀର ଉନ୍ନତି ପାଇଁ କାମ କରିଚାଳିଛନ୍ତି ତାହା ସତ୍ୟବାଦୀର ପଞ୍ଚସଖାଙ୍କ କଥାକୁ ମନେପକାଇ ଦେଉଛି ବୋଲି କହିଥିଲେ ।  ସେହିପରି ସତ୍ୟବାଦୀ ବିଧାୟକ କହିଥିଲେ ସାଢ଼େ ଚାରିକୋଟିର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କର ଉନ୍ନତି କେବଳ ତାଙ୍କର ଗୋଟିଏ ଲକ୍ଷ୍ୟ । ଶେଷରେ ବୀରରାମଚନ୍ଦ୍ରପୁର ପଞ୍ଚାୟତର ମହିଳା ସରପଞ୍ଚ ଦୀପା ବେହେରା ସମସ୍ତଙ୍କୁ ଧନ୍ôୟାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି---୧୦/୩/୨୦୨୩---୭,୧୦  Sakhigopal News, 10/3/2023

ads

Blog Archive

Popular Posts