ads

Breaking News

ଅଲ୍ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ


ବରଗଡ଼--- ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ  ସୋହେଲା ବ୍ଳକ୍ ର ବିରଜାମ ଗ୍ରାମ ରେ ଅଲ୍ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି ସମୟରେ ସ୍ଵର୍ଗତ ଗୌନ୍ତିଆ ନବୀନ କୁମାର ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ୟଙ୍ଗ ଷ୍ଟାର କ୍ରିକେଟ ଆସୋସିଏସନ, ବିରଜାମ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ  ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ୍, ଭଟଲି ବ୍ଳକ ଅଧ୍ୟକ୍ଷ  ନିତ୍ୟାନନ୍ଦ ପଧାନ, ଜିଲ୍ଲା ପରିଷଦ ପ୍ରତିନିଧି  ସୁବ୍ରତ ବେହେରା, ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଲା ସଂଯୋଜକ  ଗୈାରହରି ମିଶ୍ର, ବିଜୁ ଯୁବ ଜନତା ଦଳ ବରଗଡ଼ ଜିଲ୍ଲା ସଭାପତି  ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଶ୍ରୀ ବିରସେନ ସାହୁ, ବରପାଲି ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି  ଗୁରୁ ମେହେର ତଥା ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ରକ୍ତଦାତା, ଖେଳାଳି, ଆୟୋଜକ ତଥା ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୩/୨୦୨୩------୯,୫୫ Sakhigopal News,3/3/2023

ads

Blog Archive

Popular Posts