ads

Breaking News

ଷ୍ଟେଟ ବ୍ୟାଙ୍କ ଜୀବନ ବୀମା କାର୍ଯ୍ୟାଳୟ ଆଗରେ , କଂଗ୍ରେସ ର ବିକ୍ଷୋଭ



ଭଞ୍ଜନଗର - ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଜୀବନ ବୀମା ରେ ସାଧାରଣ ଲୋକେ ଅର୍ଥ ସଂଚୟ କରିଛନ୍ତି । ଏହି ଟଙ୍କାର ସିଂହ ଭାଗ ଲାଭାଂଶ କୁ କେନ୍ଦ୍ର ସରକାର ବିତ୍ତ ଶାଳୀ ଙ୍କ ବାବଦରେ ବିନିଯୋଗ କରୁଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶିଳ୍ପପତି ବନ୍ଧୁ ଆଦାନୀଙ୍କୁ ଦେବା ଓ ଏହି ଅର୍ଥକୁ ଭରଣ କରିବା ପାଇଁ ଜନସାଧାରଣ ଙ୍କ ଉପରେ  ପରୋକ୍ଷରେ ବୋଝ ଲଦି ଦେଇଛନ୍ତି । ଏପରିକି ଜାଳେଣି ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏବେ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଥିବାରୁ ଏହାର ପ୍ରତିବାଦରେ ଭଞ୍ଜ ନଗର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଲଆଇସି କାର୍ଯ୍ୟାଳୟ ଆଗରେ ଭଞ୍ଜ ନଗର କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । 
 ଅନୁଷ୍ଠିତ ପ୍ରତିବାଦ ସଭା ରେ ପିସିସି ସଭ୍ୟ ଦେବୀପ୍ରସାଦ ବିଷୋୟୀ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଗଞ୍ଜାମ ଜିଲ୍ଲା କଂଗ୍ରେସ ଓପିସିସି ସୋସିଆଲମିଡ଼ିଆ ସହ ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ, ଭଞ୍ଜନଗର ଛାତ୍ର କଂଗ୍ରେସ ସଭାପତି ବିନାୟକ ପାଣିଗ୍ରାହୀ, ଭଞ୍ଜନଗର ଯୁବନେତା ମଣ୍ଟୁ ଭାଇ, ଭଞ୍ଜନଗର ନଗର ସଭାପତି ସନ୍ତୋଷ କୁମାର ଦିଗାଲ, ଭାସ୍କର ପତି, ଅଶ୍ୱିନୀ ଭୂଇଁ, ସଚି ପ୍ରଧାନ ଏବଂ ଅନ୍ୟାନ କଂଗ୍ରେସ କର୍ମୀ ମାନେ  ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୩/୨୦୨୩----୮,୪୫ Sakhigopal News,6/3/2023

ads

Blog Archive

Popular Posts